22.1 C
Bhubaneswar
Wednesday, January 29, 2025
Homeକରୋନା୧୦ ହଜାର ଉପରେ ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା

୧୦ ହଜାର ଉପରେ ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଆଜି ସାମାନ୍ୟ ଖସିଲା କୋରୋନା ସଂକ୍ରମଣ । ଗତକାଲି(ଶନିବାର) ଠାରୁ ଆଜି ପ୍ରାୟ ୨ ହଜାର କମିଛି ସଂକ୍ରମଣ ମାମଲା । ଶନିବାର ୧୨ ହଜାର ୧୯୩ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆସି ଖସିଛି ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟାରେ ୧୦ ହଜାର ୧୧୨ ନୂଆ ମାମଲା ଚିହ୍ନଟ ହୋଇଛି । ଏହାକୁ ମିଶାଇ ମୋଟ ଆକ୍ଟିଭ ସଂଖ୍ୟା ୬୭ ହଜାର ୮୦୬ରେ ପହଞ୍ଚିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ଅନ୍ୟପଟେ ଗତ ୨୪ ଘଣ୍ଟାରେ ୯ହଜାର ୮୩୩ଜଣ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥତା ସଂଖ୍ୟା ୪କୋଟି ୪୨ଲକ୍ଷ ୨୨ ହଜାର ୮୫୪କୁ ବୃଦ୍ଧି ପାଇଛି । ଦେଶରେ କୋରୋନା ସଂକ୍ରମିତଙ୍କ ଆକ୍ଟିଭ ହାର ୦.୧୫ ପ୍ରତିଶତ ହୋଇଥିବା ବେଳେ ସୁସ୍ଥତା ହାର ୯୮.୬୬ ରହିଛି । ତେବେ ସୁସ୍ଥତା ହାର ଅଧିକ ରହିଥିବାରୁ ଏହା ଏକପ୍ରକାର ଆଶ୍ବସ୍ତିକର ଖବର ଅଟେ ।
ତେବେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଡାଟା ଅନୁସାରେ, ଦୈନିକ ପଜିଟିଭ ହାର ୭.୦୩ ପ୍ରତିଶତ ରହିଖିବା ବେଳେ ସାପ୍ତାହିକ ପଜିଟିଭ ହାର ୫.୪୩ ପ୍ରତିଶତ ରହିଛି । ସେପଟେ ୯୨.୫୪ କୋଟି ଲୋକଙ୍କର କୋରୋନା ଟେଷ୍ଟ କରାଯାଇଛି । ଗତ ୨୪ ଘଣ୍ଟାରେ ୧ ଲକ୍ଷ ୪୩ ହଜାର ୮୯୯ଜଣକର କୋରୋନା ଟେଷ୍ଟ କରାଯାଇଛି । ବର୍ତ୍ତମାନ ସୁଦ୍ଧା ୨୨୦କୋଟିରୁ ଅଧିକ ଲୋକଙ୍କୁ କୋରୋନା ଟିକା ଦିଆଯାଇଛି । ୨୨୦ କୋଟି ୬୬ ଲକ୍ଷ ୩୯ହଜାର ୫୨୮ଜଣ କୋରୋନା ଟିକା ନେଇଛନ୍ତି । ଗତ ୨୪ ଘଣ୍ଟାରେ ୧ହଜାର ୯୪୭ଜଣ କୋରୋନା ଟିକା ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking