ଗୋଳନ୍ଥରା: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଉପକଣ୍ଠ ଗୋଳନ୍ଥରା ଥାନା ସମ୍ମୁଖରେ ଆଜି ସନ୍ଧ୍ୟାରେ ଟ୍ରକ୍ ଧକ୍କାରେ ନବଦମ୍ପତିଙ୍କ ମୃତ୍ୟୁ ଘଯିଛି । ମୃତକ ଦମ୍ପତି ହେଉଛନ୍ତି, ଆନ୍ଧ୍ରପ୍ରଦେଶ ଇଚ୍ଛାପୁରର ସିଏଚ୍.ପ୍ରବଣିକା ଓ ଜି.ବେଣୁ । ସୂଚନା ଅନୁଯାୟୀ, ବ୍ରହ୍ମପୁରର ବାସିନ୍ଦା ପ୍ରବଣିକା ନାମକ ଜଣେ ଯୁବତୀଙ୍କ ସହ ଇଚ୍ଛାପୁରର ବେଣୁଙ୍କ ବାହାଘର ଗତ ୧୦ ତାରିଖରେ ସଂପନ୍ନ ହୋଇଥିଲା । ଗତକାଲି ବରପକ୍ଷ ପକ୍ଷରୁ ଭୋଜି ଆୟୋଜିତ ହୋଇଥିଲା । ପରମ୍ପରା ଅନୁସାରେ, ଆଜି ତୃତୀୟ ଦିନରେ ବେଣୁଙ୍କ ସହ ମିଶି ପ୍ରବଣିକା ବାଇକ୍ରେ ବ୍ରହ୍ମପୁରକୁ ବାପଘରକୁ ଆସୁଥିଲେ । ଏହି ସମୟରେ ଗୋଳନ୍ଥରା ଥାନା ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ହଠାତ୍ କ୍ରସର୍ ଚାଳକ ତାଙ୍କ ଟ୍ରକ୍କୁ ବୁଲାଉଥିବା ବେଳେ ଏହା ବାଇକ୍ ସହ ଧକ୍କା ହୋଇଥିଲା । ଫଳରେ ନବଦମ୍ପତି ଛିଟିକି ହୋଇ ପଡ଼ିଯାଇଥିଲେ । ଗୋଳନ୍ଥରା ପୁଲିସ ଉଭୟଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲକୁ ଆଣିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଘଟଣା ପରେ ବ୍ରହ୍ମପୁର ଓ ଇଚ୍ଛାପୁରରେ ଶୋକର ଛାୟା ଖେଳିଯାଇଛି । ପୁଲିସ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ବାଇକ୍ ଓ ଟ୍ରାକ୍ଟରକୁ ଜବତ କରିଛି ।