28.1 C
Bhubaneswar
Sunday, September 8, 2024
Homeଓଡିଶାବିବାହର ୪ମାସ ନ ପୁରୁଣୁ ଯୌତୁକ ଜୁଇରେ ଜଳିଲା ନବବଧୂ

ବିବାହର ୪ମାସ ନ ପୁରୁଣୁ ଯୌତୁକ ଜୁଇରେ ଜଳିଲା ନବବଧୂ

ଭଦ୍ରକ : ବିବାହର ୪ମାସ ନ ପୁରୁଣୁ ଯୌତୁକ ଜୁଇରେ ଜଳିଲା ନବବଧୂ। ଯୌତୁକ ପାଇଁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଲେ ପରିବାର ଲୋକେ। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲା ବାଂଶଡା ଥାନା ଅଧିନ ବଜରାପୁର ପଞ୍ଚାୟତ ଷଣ୍ଢଗଡା ଗ୍ରାମରେ। ସୂଚନା ମୁତାବକ, ଷଣ୍ଢଗଡା ଗ୍ରାମର ଶରତ ନାୟକଙ୍କ ପୁଅ କମଳାକାନ୍ତ ନାୟକ ଗୋପିନାଥପୁର ପଞ୍ଚାୟତ ବାଲିପଦା ଗ୍ରାମର ରବିନ୍ଦ୍ର ସାହୁଙ୍କ ଝିଅ ଲିପି ସାହୁଙ୍କୁ ଆଜକୁ ଚାରିମାସ ହେବ ପ୍ରେମ ବିବାହ କରିଥିଲେ। ଝିଅ ପରିବାର ପକ୍ଷରୁ ମନ୍ଦିରରେ ଉଭୟ ପରିବାରର ଉପସ୍ଥିତିରେ ବୈଦିକ ରିତି ନୀତିରେ ବାହାଘର ସମ୍ପୂର୍ଣ୍ଣ ହୋଇଥିଲା।

ହେଲେ ସ୍ୱାମୀର ପରିବାରକୁ ଏତେ ଯୌତୁକ ନିଶା ଘାରିଥିଲା ଯେ, ପ୍ରତ୍ୟେକ ଦିନ ବୋହୂକୁ ମାଡ ମାରିବା ସହିତ ମାନସିକ ଏବଂ ଶାରୀରିକ ନିର୍ଯାତନା ଦେଇ ଆସୁଥିଲେ। ଏନେଇ ଉଭୟ ପରିବାର ପକ୍ଷରୁ ଘଣ୍ଟେଶ୍ୱର ଫାଣ୍ଡିରେ ଲିଖିତ ଅଭିଯୋଗ ହୋଇଥିଲା। ଅଭିଯୋଗର କିଛି ଘଣ୍ଟା ନ ପୁରୁଣୁ ଶାଶୂଘର ଲୋକେ ଵହୁର ତଣ୍ଟିଚିପି ମାରିଦେଇଥିବା ଝିଅର ଭାଇ ରାଜେନ୍ଦ୍ର ଘଣ୍ଟେଶ୍ୱର ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଶାଶୂଘର ଲୋକେ ଫେରାର ଥିବା ଜଣାପଡ଼ିଛି। ଝିଅଘର ଅଭିଯୋଗ ଅଧାରରେ ଘଣ୍ଟେଶ୍ୱର ପୁଲିସ ଏବଂ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking