28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶଟାଟୁରେ ଲେଖାଥିଲା ଶତ୍ରୁଙ୍କ ନାଁ, ବ୍ୟବଚ୍ଛେଦ ବେଳେ ଖୋଲିଲା ହତ୍ୟାକାଣ୍ଡର ଗୁମର

ଟାଟୁରେ ଲେଖାଥିଲା ଶତ୍ରୁଙ୍କ ନାଁ, ବ୍ୟବଚ୍ଛେଦ ବେଳେ ଖୋଲିଲା ହତ୍ୟାକାଣ୍ଡର ଗୁମର

ମୁମ୍ବାଇ: ଏକ ରହସ୍ୟମୟ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ମୁମ୍ବାଇ କ୍ରାଇମବ୍ରାଞ୍ଚ ପୁଲିସ । ଶବ ବ୍ୟବଚ୍ଛେଦ ସମୟରେ ପୁଲିସ ମୃତଦେହ ଶରୀରରେ ଥିବା ଟାଟୁ ଆଧାରରେ ହତ୍ୟାକାରୀଙ୍କ ଟେର୍ ପାଇଛି । ସୂଚନା ଅନୁସାରେ, ବୁଧବାର ମୁମ୍ବାଇ ସ୍ଥିତ ୱାର୍ଲି ସ୍ପାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ମୃତକ ଜଣକ ହେଉଛନ୍ତି ୪୮ ବର୍ଷୀୟ ଗୁରୁ ୱାଘମାରେ । ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଚଳାଇଥିଲା । କିନ୍ତୁ ପୋଷ୍ଟମୋର୍ଟମ ସମୟରେ ମୃତଦେହରେ ୨୨ ଜଣଙ୍କ ନାଁ ଟାଟୁ ହୋଇଥିଲା ।

ଏହି ନାଁ ଆଧାରରେ ପୁଲିସ ୱାର୍ଲି ସ୍ପା ମାଲିକ ସନ୍ତୋଷ ଶେରେକାରଙ୍କୁ ପଚରାଉଚରା କରିଥିଲା । ପୁଲିସ କହିବା ଅନୁସାରେ, ବାସ୍ତବରେ ଗୁରୁ ୱାଘମାରେ ନିଜକୁ ସୂଚନା ଅଧିକାରୀ ବିଭାଗର ଜଣେ କର୍ମକର୍ତ୍ତା ଦର୍ଶାଇ ସ୍ପା ମାଲିକମାନଙ୍କଠାରୁ ବଟି ଆଦାୟ କରୁଥିଲେ । କେବଳ ୱାର୍ଲି ସ୍ପା ନୁହେଁ ସହରର ଏହିପରି ଅନେକ ସ୍ପା ମାଲିକଙ୍କୁ ଡରାଇ ଧମକାଇ ବଟି ଆଦାୟ କରୁଥିଲେ ୱାଘମାରେ । ଏହାକୁ ନେଇ ସ୍ପା ମାଲିକମାନେ ତାଙ୍କୁ ଟାର୍ଗେଟ କରିଥିଲେ । ୱାର୍ଲି ସ୍ପା ମାଲିକ ସନ୍ତୋଷ ଶେରେକାର ୱାଘମାରେଙ୍କୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲେ ।

ୱାଘମାରେଙ୍କୁ ହତ୍ୟା କରିବା ପାଇଁ ମହମ୍ମଦ ଫିରୋଜ ଅନସାରୀ(୨୬)ଙ୍କୁ ୬ ଲକ୍ଷ ଟଙ୍କା ସୁପାରୀ ଦେଇଥିଲେ ସନ୍ତୋଷ । ଅନସାରୀ ମଧ୍ୟ ଜଣେ ସ୍ପା ମାଲିକ । କିନ୍ତୁ ଗତବର୍ଷ ଚଢାଉ ପରେ ତାଙ୍କ ସ୍ପାକୁ ବନ୍ଦ କରି ଦିଆଯାଇଛି । ଏହି ଚଢାଉ ୱାଘମାରେଙ୍କ ଅଭିଯୋଗ କ୍ରମେ କରାଯାଇଥିଲା । ତେଣୁ ଅନସାରୀଙ୍କର ମଧ୍ୟ ୱାଘମାରେଙ୍କ ଉପରେ ରାଗ ଥିଲା । ୱାର୍ଲି ସ୍ପା ମାଲିକଙ୍କ ସୁପାରୀ କ୍ରମେ ସେ ପ୍ରତିଶୋଧ ନେବାକୁ ଦିଲ୍ଲୀର ସାକ୍ୱିବ ଅନସାରୀ ନାମକ ଜଣେ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରିଥିଲେ । ଉଭୟ ତିନି ମାସ ଧରି ଯୋଜନା କରିବା ପରେ ଶେଷରେ ୱାଘମାରେଙ୍କୁ ହତ୍ୟା କରିଛନ୍ତି । ପୁଲିସ କହିଛି ଯେ, ୱାଘମାରେ ଏକ ବାରରେ ୨୧ ବର୍ଷୀୟ ଗର୍ଲ ଫ୍ରେଣ୍ଡର ଜନ୍ମଦିନ ପାର୍ଟି ମନାଇବାକୁ ଯାଇଥିଲେ । ସେହିଠାରୁ ଅଭିଯୁକ୍ତମାନେ ତାଙ୍କୁ ପିଛା କରି ହତ୍ୟା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking