28.1 C
Bhubaneswar
Sunday, October 6, 2024
Homeଦେଶ ବିଦେଶଜାପାନରେ ଫାଶୀରେ ଝୁଲିଲା ୭ ଜଣଙ୍କ ହତ୍ୟାକାରୀ

ଜାପାନରେ ଫାଶୀରେ ଝୁଲିଲା ୭ ଜଣଙ୍କ ହତ୍ୟାକାରୀ

ଟୋକିଆ: ୭ ଜଣ ନୀରିହ ଲୋକଙ୍କୁ ହତ୍ୟା କରିଥିବା ଦୁର୍ବୃତ୍ତ ଶେଷରେ ଫାସିରେ ଝୁଲିଲା । ୨୦୦୮ ମସିହାରେ ତୋମହିର କାଟୋ ନାମକ ବ୍ୟକ୍ତି ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଗାଡି ମଡାଇ ୩ ଜଣଙ୍କୁ ହତ୍ୟା କରିଥିଲା । ଏହାପରେ ସେ ଗାଡିରୁ ଓହ୍ଲାଇ ୪ ଜଣଙ୍କୁ ଛୁରି ଭୁଷି ହତ୍ୟା କରିଥିଲା । ଏହା ଘଟଣାରେ ଦୋଷୀକୁ ମୃତ୍ୟୁଦଣ୍ଡ ବ୍ୟତୀତ ଅନ୍ୟ କିଛି ପନ୍ଥା ନଥିଲା ବୋଲି ଜାପାନପର ଜଷ୍ଟିସ୍ ମନିଷ୍ଟକ ୟୋଶିହିସା ଫୁରୁକାୱା କହିଛନ୍ତି । ଟୋକିଓରେ ଥିବା ଡିଚେନସନ୍ ସେଣ୍ଟରେ ହତ୍ୟାକାରୀ ତୋମୋହିରୋ କାଟୋକୁ ଫାଶୀ ଦଣ୍ଡ ଦିଆଯାଇଛି । ୨୦୦୮ ମସିହାର ଜୁନ୍ ୮ ତାରିଖରେ ଟୋକିଓରେ ଥିବା ଅକିହବାରା ଇଲୋକ୍ଟ୍ରୋନିସ୍ ସପିଂ ଅଞ୍ଚଳରେ ଏହି ଦୁର୍ବୃତ ଟ୍ରକକୁ ଦ୍ରୁତ ଗତିରେ ଆଣି ଲୋକଙ୍କ ଉପରେ ମଡାଇ ଦେଇଥିଲା । ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହାପରେ ସେ ଗାଡିରୁ ବାହାରି ଛୁରି ଭୁଷି ୪ ଜଣଙ୍କୁ ହତ୍ୟା କରିଥିଲା ।

ଏହି ଘଟଣାରେ ଅନ୍ୟ ୧୦ ଜଣ ଗୁରୁତର ହୋଇଥିଲେ । ଘଟଣାସ୍ଥଳରୁ ପୁଲିସ ତାକୁ ଗିରଫକରିଥିଲା । ଏହା ପୂର୍ବରୁ କାଟୋ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଲୋକଙ୍କୁ ହତ୍ୟା କରିବ ବୋଲି ଉଲ୍ଲେଖ କରିଥିଲା । ପରେ ସେ ଅଦାଲତରେ ହତ୍ୟା ଘଟଣା ପାଇଁ ଦୁଃଖ ପ୍ରକାଶ କରିବା ସହ ଭୁଲ୍ ମାଗିଥିଲା । ମାତ୍ର ଅଦାଲତ ୨୦୧୧ ମସିହାରେ କାଟୋକୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଥିଲେ । ୨୦୧୫ ମସିହାରେ ସୁପ୍ରିମକୋର୍ଟରେ କାଟୋ କରିଥିବା ଆବେଦନ ନାକଚ ହୋଇଯାଇଥିଲା । ୨୦୨୨ ମସିହା ଜୁଲାଇ ମାସରେ ହତ୍ୟାକାରୀ କାଟୋକୁ ଫାଶୀ ଦଣ୍ଡ ଦିଆଯାଇଛି । ଆମେରିକା ସହ ଜାପାନରେ ସହଜରେ ମୃତ୍ୟୁଦଣ୍ଡ ଦିଆଯାଏ ନାହିଁ । ମାତ୍ର ଏବେ ଜାପାନ ସରକାରଙ୍କ ଦ୍ୱାରା କରାଯାଇଥିବା ଏକ ସର୍ବେକ୍ଷଣରେ ଲୋକମାନେ ମୃତ୍ୟୁ ଦଣ୍ଡକୁ ସମର୍ଥନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking