31.1 C
Bhubaneswar
Wednesday, April 29, 2026
Homeଓଡିଶାପୁଣି ୪ରୁ ବଢିବ ବର୍ଷାର ପରିମାଣ

ପୁଣି ୪ରୁ ବଢିବ ବର୍ଷାର ପରିମାଣ

ଭୁବନେଶ୍ୱର : ଅକ୍ଟୋବର ୬ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ। ଫଳରେ ୪ ତାରିଖରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ୪ ତାରିଖରୁ ୧୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷିପ୍ତ ବର୍ଷା ହେବ। ହେଲେ ରାଜ୍ୟର କେଉଁ ଜିଲ୍ଲାରେ ଏହାର କେତେ ପ୍ରଭାବ ପଡ଼ିବ ସେ ନେଇ ଆକଳନ ହୋଇନଥିବା ପାଣିପାଗ କେନ୍ଦ୍ର କହିଛି। ଆଗାମୀ ୭ ଦିନ ଯାଏଁ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ବିଶେଷ ବର୍ଷାର ସମ୍ଭାବନା କମ୍ ଥିବାରୁ ଦିନର ତାପମାତ୍ରା ଅଧିକ ରହିବ। ହେଲେ ଆଗାମୀ ୪୮ ଘଣ୍ଟାରେ କିଛି ସ୍ଥାନରେ ବିଜୁଳି ଘଡଘଡି ବର୍ଷା ସମ୍ଭାବନା ନେଇ ସତର୍କ ସୂଚନା ଜାରି କରିଛି ବିଭାଗ । ଉତ୍ତର ଓଡ଼ିଶା ସହ ଦକ୍ଷିଣ ଓଡ଼ିଶାରେ ଆଗାମୀ ୨୪ ଘଂଟାରେ ଘଡଘଡି ବିଜୁଳି ଓ ବର୍ଷା ସମ୍ଭାବନା ରହିବା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ମୟୁରଭଞ୍ଜ, କେନ୍ଦୁଝର,ମାଲକାନଗିରି ,କୋରାପୁଟ ,ରାୟଗଡା ,ନବରଙ୍ଗପୁର, କଳାହାଣ୍ଡି ନୂଆପଡା, ବଲାଙ୍ଗୀର ଓ ବରଗଡ଼ ଏହି ୧୧ ଜିଲ୍ଲାରେ ୟେଲୋ ୱାର୍ଣ୍ଣିଙ୍ଗ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking