ଭୁବନେଶ୍ୱର: ବିଧାନସଭାରେ ମ୍ୟୁନିସପାଲ ଆଇନ ସଂଶୋଧନ ବିଲ୍ ପାରିତ ହୋଇଛି । ବିଲ୍ ପାରିତ ପରେ ରାଜ୍ୟରେ ପୌର ନିର୍ବାଚନ ନେଇ ବାଟ ଫିଟିଛି । ବିଲ ଅନୁଯାୟୀ, ସଂରକ୍ଷଣ ସୀମା ୫୦ ପ୍ରତିଶତ ମଧ୍ୟରେ ରହିବ । ଏସସି, ଏସଟି ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ମଧ୍ୟରେ ରହିବ । ସଂରକ୍ଷଣ ବ୍ୟବସ୍ଥା ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ । ପଛୁଆ ବର୍ଗଙ୍କ ପାଇଁ ୨୭ ପ୍ରତିଶତ ଭିତରେ ସଂରକ୍ଷଣ ବ୍ୟବସ୍ଥା ରହିବ । ସଂଶୋଧିତ ଆଇନ ଅନୁସାରେ ପ୍ରଥମେ ଏସସି, ଏସଟିଙ୍କୁ ସଂରକ୍ଷଣ ଦିଆଯିବ । ଏସସି, ଏସଟିଙ୍କୁ ଆବଶ୍ୟକ ସଂରକ୍ଷଣ ଦେବା ପରେ ପଛୁଆ ବର୍ଗଙ୍କୁ ଦିଆଯିବ । ଆସନର ଅବଶିଷ୍ଟ ଅଂଶଗୁଡିକୁ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ କରାଯିବ । ତେବେ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷିତ ଆସନ ୨୭ ପ୍ରତିଶତରୁ ଅଧିକ ହେବନି ।