30 C
Bhubaneswar
Sunday, May 18, 2025
Homeଓଡିଶାରାଜ୍ୟ ସରକାରଙ୍କୁ ପୁରୁଣା କଥା ମନେପକାଇ ସମାଲୋଚନା କଲେ ସାଂସଦ

ରାଜ୍ୟ ସରକାରଙ୍କୁ ପୁରୁଣା କଥା ମନେପକାଇ ସମାଲୋଚନା କଲେ ସାଂସଦ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କୁ ପୁରୁଣା କଥା ମନେପକାଇ ସମାଲୋଚନା କଲେ ଭୁବନେଶ୍ୱର ସାଂସଦ ଅପରାଜିତ ଷଢ଼ଙ୍ଗୀ । ସରକାରଙ୍କୁ ତାଙ୍କର କହିବା କଥା, ଆଇନ୍ ଅନୁଯାୟୀ କାମ କରୁଥିଲେ ଏଭଳି ଅପଦସ୍ତ ହେବାକୁ ପଡ଼ିନଥା’ନ୍ତା । କାରଣ ପୂର୍ବରୁ ଅନେକ ଥର ଅପରାଜିତା, ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ମତ ଦେଇ କହିଥିଲେ ଯେ, ଯାହା ବି ଉନ୍ନତି ମୂଳକ କାର୍ଯ୍ୟ କରାଯାଉଛି ତାହା ଆଇନ୍ ଅନୁଯାୟୀ କରାଯାଉ । ଏହାସହ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଅଧିକ ଗୁରୁତ୍ୱ ଦିଆଯାଉ ବୋଲି ମଧ୍ୟ କହିଥିଲେ ଅପରାଜିତା । ହେଲେ ସେତେବେଳେ ସରକାର ଅଇନ ଉଲଂଘନ କରି ଶ୍ରୀମନ୍ଦିରର ଶହେ ମିଟର ପରିଧି ଭିତରେ ଅଭ୍ୟର୍ଥନା କକ୍ଷ ନିର୍ମାଣ କରିବାକୁ ଚେଷ୍ଟା କରିଥିଲେ ।

ସୂଚନାଯୋଗ୍ୟ, ଶ୍ରୀମନ୍ଦିରଠାରୁ ଶହେ ମିଟର ଦୂରରେ ଅଭ୍ୟର୍ଥନା କକ୍ଷ ଓ ଏହାର ଉଚ୍ଚତା କମାଇବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଏନ୍‌ଏମ୍‌ଏ । ଆଉ ଏହା ପରେ ଆରମ୍ଭ ହୋଇଛି ରାଜନୀତି । ରାଜ୍ୟ ସରକାରଙ୍କ ଦୋଷ ତ୍ରୁଟି ମନେ ପକାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସେ କହିଛନ୍ତି ଯଦି ରାଜ୍ୟ ସରକାର ଆଇନର ପରିଧି ଭିତରେ ରହି, ସେତେବେଳେ ୧୦୦ ମିଟର ବାହାରେ ଅଭ୍ୟର୍ଥନା କକ୍ଷର କାମ କରିଥାନ୍ତେ ତେବେ ବେଆଇନ ସୌଧ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇନଥା’ନ୍ତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking