ନୂଆଦିଲ୍ଲୀ: ବାହାଘର ପ୍ରସ୍ତାବ ନେଇ ଭୀଷଣ ଝଗଡ଼ା ହେବାରୁ ଝାଡ଼ଖଣ୍ଡର ଗିରିଡ଼ିହ ଜିଲ୍ଲା ଅନ୍ତର୍ଗତ ବଗୋଦର ଅଞ୍ଚଳରେ ଜଣେ ମହିଳା ତାଙ୍କ ୧୫ ବର୍ଷୀୟ ଝିଅକୁ ଗୁଳି ମାରି ହତ୍ୟା କରିଥିବା କଥା ପୁଲିସ କହିଛି। ପ୍ରାପ୍ତ ସୂଚନା ଅନୁସାରେ, ଏହି ହତ୍ୟାକାଣ୍ଡ ଶନିବାର ବିଳମ୍ବିତ ସନ୍ଧ୍ୟାରେ ଘଟିଛି। ଗୋଟାଏ ବିବାହ ପ୍ରସ୍ତବକୁ ନେଇ ମାଆ ଓ ଝିଅଙ୍କ ମଧ୍ୟରେ ଯୁକ୍ତିତର୍କ ଓ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍କ୍ଷିପ୍ତ ହୋଇ ସଂଖ୍ୟାଲଘୁ ସମ୍ପ୍ରଦାୟର ସେ ମହିଳାଜଣକ ଅତି ନିକଟରୁ ନିଜ ଝିଅ ମୁଣ୍ଡକୁ ଗୁଳି ଚଳାଇଲେ। ଫଳରେ ଘଟଣାସ୍ଥଳରେ ହିଁ ଝିଅର ମୃତ୍ୟୁ ଘଟିଲା।