27.1 C
Bhubaneswar
Saturday, June 22, 2024
Homeଅପରାଧପୁଅର ତଣ୍ଟି ଚିପି ହତ୍ୟା କଲା ମା'

ପୁଅର ତଣ୍ଟି ଚିପି ହତ୍ୟା କଲା ମା’

ତ୍ରିପୁରା : ପୁଅର ତଣ୍ଟି ଚିପି ହତ୍ୟା କଲା ମା’। ତ୍ରିପୁରାରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଯୋଗ୍ୟ ଯେ, ଏହି ଦୁଃଖଦ ଘଟଣା ସୋମବାର ସନ୍ଧ୍ୟାରେ ଅଗରତାଲାର ଜୋୟନଗରରେ ଘଟିଛି। ମହିଳା ଜଣଙ୍କ ହେଉଛନ୍ତି ସୁପ୍ରଭା ବାଲ । ସେ ଏଭଳି ବର୍ବର କାଣ୍ଡ ଘଟାଇଥିବା ସ୍ୱୀକାର କରିଛନ୍ତି ଏବଂ ପୋଲିସ ପହଞ୍ଚିବା ପରେ ପୁଅର ମୃତଦେହ ପାଖରେ ବସିଥିବାର ନଜର ଆସିଛନ୍ତି। ନଅ ବର୍ଷ ପୁଅକୁ ହତ୍ୟା କରିଛି ମା। ୯ ବର୍ଷର ପୁଅ ତାଙ୍କ କଥା ମାନୁ ନ ଥିବାରୁ ପୁଅକୁ ହତ୍ୟା କରିଥିଲେ ମହିଳା । ପୁଅର ବ୍ୟବହାରରେ ଅତିଷ୍ଠ ହୋଇ ମହିଳା ଜଣକ ନିରାଶ ହୋଇଥିଲେ ଏବଂ ତାଙ୍କୁ ସମ୍ଭାଳିବାରେ ଅସମର୍ଥ ହୋଇଥିଲେ। ତାଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଦିନମଜୁରିଆ ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ସୁପ୍ରଭା ବାଲ କହିଛନ୍ତି ଯେ ତାଙ୍କ ସ୍ୱାମୀ ନିଖୋଜ ଅଛନ୍ତି ଏବଂ ତାଙ୍କ ଝିଅ ବିବାହିତ, ତେଣୁ ତାଙ୍କ ପୁଅକୁ ସେ ଏକ ସମ୍ଭାଳୁଥିଲେ। ତାଙ୍କ ପୁଅ ରାଜଦୀପ କ୍ରମାଗତ ଦୁର୍ବ୍ୟବହାର କରୁଥିଲା ଏବଂ ସେ ଟଙ୍କା ଚୋରି ମଧ୍ୟ କରୁଥିଲା । ପାଠ ପଢାରେ ମଧ୍ୟ କୌଣସି ଧ୍ୟାନ ଦେଉନଥିଲା ରାଜଦୀପ, ତେଣୁ ସେ କହିଛନ୍ତି ” ନା ମୁଁ କାମକୁ ଯାଇପାରୁଛି ନା ଶାନ୍ତିରେ ବଞ୍ଚିପାରୁଛି”। ତେଣୁ ମୁଁ ରାଜଦୀପର ତଣ୍ଟି ଚିପି ହତ୍ୟା କରିଛି ଏବଂ ଏଥିପାଇଁ ଜେଲ ଯିବାକୁ ପ୍ରସ୍ତୁତ ରହିଛି । ସେଥିପାଇଁ ସେ ଏହି ପଦକ୍ଷେପ ନେଇଥିବା ପୋଲିସକୁ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking