17.1 C
Bhubaneswar
Monday, November 18, 2024
Homeଓଡିଶାଶାଶୁ ଘର ସମ୍ମୁଖରେ ଧାରଣା ଦେଲେ ବୋହୂ

ଶାଶୁ ଘର ସମ୍ମୁଖରେ ଧାରଣା ଦେଲେ ବୋହୂ

ପୁରୀ: ନ୍ୟାୟ ପାଇଁ ଆଉ ଜଣେ ବୋହୂଙ୍କ ଶାଶୁ ଘର ସମ୍ମୁଖରେ ଧାରଣା । ପୁଅକୁ ଧରି ଧାରଣା ଦେଇଛନ୍ତି ଶୁଭଲକ୍ଷ୍ମୀ ପ୍ରଧାନ । ଜିଲ୍ଲା ଫ୍ୟାମିଲି କୋର୍ଟରେ ତାଙ୍କ ସ୍ୱାମୀ କରିଥିବା ଛାଡପତ୍ର ମାମଲା ଖାରଜ ହେବା ପରେ ନିଜ ପୁଅକୁ ଧରି ଧାରଣା ଦେଇଛନ୍ତି । ପୁରୀ ଜିଲ୍ଲା ଚନ୍ଦନପୁର ଅନ୍ତର୍ଗତ ଜିରା ଗାଁର ଶୁଭଲକ୍ଷ୍ମୀ ପ୍ରଧାନ ସମୁଦ୍ରକୂଳ ଥାନା ଅନ୍ତର୍ଗତ ପ୍ରହଲ୍ଲାଦ ପ୍ରଧାନଙ୍କୁ ୨୦୧୫ ମସିହାରେ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କୁ ଔରସରୁ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା । ଶୁଭଲକ୍ଷ୍ମୀ ୨ ମାସର ଗର୍ଭବତୀ ହୋଇଥିବାବେଳେ ଶାଶୁ ଓ ନଣନ୍ଦ ଯୌତୁକ ପାଇଁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିଲେ ।

ଏଭଳିକି ଠିକ୍ ସେ ଖାଇବାକୁ ଦେଉନଥିଲେ । ଶୁଭଲକ୍ଷ୍ମୀ ବାଧ୍ୟ ହୋଇ ନିଜ ବାପ ଘରକୁ ପଳାଇଥିଲେ । ମଝିରେ ମଝିରେ ଶାଶୁ ଘରକୁ ଆସୁଥିଲେ ହେଁ ତାଙ୍କୁ ନିର୍ଯାତନା ଦିଆଯାଉଥିଲା । ଏଭଳିକି ମିଥ୍ୟାରେ ମହିଳା କମିଶନରଙ୍କ ନିକଟରେ ତାଙ୍କ ଶାଶୁ ଅଭିଯୋଗ ଆଣି ବିଫଳ ହୋଇଥିଲେ । ସ୍ୱାମୀ ପ୍ରହଲ୍ଲାଦ ଫ୍ୟାମିଲି କୋର୍ଟରେ ଛାଡପତ୍ର ମାମଲା କରିଥିଲେ ମଧ୍ୟ ଶୁଣାଣୀ ତାରିଖରେ ନିଜେ ଅନୁପସ୍ଥିତ ଥିବାରୁ ମାମଲାଟି ଖାରଜ ହୋଇଥିଲା ।

ଏହାପରେ ଶୁଭଲକ୍ଷ୍ମୀ ନିଜ ପୁଅକୁ ଧରି ଶାଶୁ ଘରେ ରହିବାକୁ ଆସିଥିଲେ ହେଁ ଶାଶୁ ଘରେ ତାଲା ପକାଇଦେଇଥିଲେ । ଫଳରେ ବାଧ୍ୟ ହୋଇ ସେ ନିଜ ପୁଅକୁ ଧରି ନ୍ୟାୟ ପାଇଁ ଶାଶୁ ଘର ସାମ୍ନାରେ ଧାରଣାରେ ବସିଛନ୍ତି । ଶାଶୁ ଘରେ ରହିବାର ସଂପୂର୍ଣ୍ଣ ଅଧିକାର ରହିଛି। କିନ୍ତୁ ଶାଶୁ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇଥିବା ସେ ଅଭିଯୋଗ ଆଣିଛନ୍ତି । ଅନ୍ୟ ପଟରେ ଶାଶୁ ସବୁ ଘଟଣା ପାଇଁ ବୋହୂକୁ ଦାୟୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking