29.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶପିଲାପିଲି ନ ହେବାରୁ ବୋହୂକୁ ଗଣଦୁଷ୍କର୍ମ କରାଇଲା ଶାଶୂ

ପିଲାପିଲି ନ ହେବାରୁ ବୋହୂକୁ ଗଣଦୁଷ୍କର୍ମ କରାଇଲା ଶାଶୂ

ନୂଆଦିଲ୍ଲୀ: ରାଜସ୍ଥାନର ଶ୍ରୀଗଙ୍ଗାନଗରରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏଠାରେ ଜଣେ ଶାଶୂ ବୋହୂକୁ ଗ୍ୟାଙ୍ଗରେପ୍ କରାଇଛି । ପ୍ରଥମେ ରେପ୍ କରିବା ପାଇଁ ଲୋକକୁ ଘରକୁ ଡକାଇଲା, ପରେ ବହୁକୁ ସେହି ରୁମକୁ ପଠାଇଦେଲା । ଏହାପରେ ଶାଶୁ ନିଜେ ବାହାରେ ଜଗି ବସିଲା । ଏହି ଘଟଣା ବିଷୟରେ କାହରିକୁ ନ କହିବା ପରେ ଦୁଇ ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ହେଲେ ଏହାପରେ ପୀଡିତା ମହିଳାଙ୍କ ସ୍ୱାମୀଙ୍କୁ ଏହି ବିଷୟରେ ଜଣାପଡିବା ପରେ ସେ ଥାନାରେ ଅଭିଯୋଗ କରିଥିଲେ । ସୂଚନା ଅନୁଯାୟୀ, ଜଣେ ୫୫ ବର୍ଷୀୟ ମହିଳା ସେହି ଗ୍ରାମର ରାମ ଏବଂ ପରମଜୀନଙ୍କ ସହ ଖରାପ ସଂପର୍କ ରଖୁଥିଲା ।

ଏହାର କିଛି ଦିନ ପରେ ତାଙ୍କ ପୁଅର ବିବାହ ହୋଇଥିଲା ଏବଂ ବିବାହର ୨ ବର୍ଷ ପରେ ମଧ୍ୟ ବୋହୂର କୌଣସି ସନ୍ତାନ ହୋଇନଥିଲା । ବୋହୂଙ୍କୁ ଶାଶୁଙ୍କର ଏହି ଅନୈତିକ ସଂପର୍କ ବିଷୟରେ ଜଣାଥିଲା । ହେଲେ ତାଙ୍କ ଶାଶୁ ତାଙ୍କୁ ଧମକ ଦେଇଥିଲେ ଯେ, ଯଦି ପରିବାରର ଅନ୍ୟ ଲୋକଙ୍କୁ ଏହି ବିଷୟରେ କହିବ ତେବେ ପରିସ୍ଥିତି ଭୟଙ୍କର ହେବ । ଗ୍ୟାଙ୍ଗରେପ୍ ର କିଛି ଦିନ ପୂର୍ବରୁ ଶାଶୁ ବୋହୂଙ୍କ ମଧ୍ୟରେ ପିଲାପିଲିକୁ ନେଇ ଝଗଡ଼ା ହୋଇଥିଲା । ଏହାପରେ ଶାଶୁ ବୋହୂକୁ କହିଥିଲା ଯେ, ମୁଁ ତୋର ଚିକିତ୍ସା ନିଜେ କରିବି ।

ଏହାପରେ ଶାଶୁ ସେହି ଦୁଇଜଣଙ୍କୁ ଲଗାଇ ବୋହୂଙ୍କ ସହ ଦୁଷ୍କର୍ମ କରାଇଥିଲା । ଏହାପରେ ସେ ବୋହୂକୁ ଧମକାଇଥିଲା ଯେ, ଯଦି ଏହି ବିଷୟରେ ସେ କାହାକୁ କୁହନ୍ତି ତେବେ ତାଙ୍କ ସ୍ୱାମୀକୁ ସେ ହତ୍ୟା କରିଦେବେ । ସ୍ୱାମୀ କାମରୁ ଫେରିବା ପରେ ବୋହୂ ଏହି ବିଷୟରେ ତାଙ୍କ ସ୍ୱାମୀଙ୍କୁ କହିଥିଲେ । ଏହାପରେ ସେହି ଦୁଇଜଣ ଏବଂ ଶାଶୁଙ୍କ ନାମରେ କେସ ଫାଇଲ କରାଯାଇଛି । ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଖୋଜିବା ସହ ଘଟଣାର ତଦନ୍ତ ଚଲାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking