26.1 C
Bhubaneswar
Wednesday, January 8, 2025
Homeଦେଶ ବିଦେଶଆଇସିୟୁ କ୍ୟାବିନ ନିକଟରେ ଝିଅର ବାହାଘର ଦେଖିବା ପରେ ଆଖି ବୁଜିଲେ ମାଆ

ଆଇସିୟୁ କ୍ୟାବିନ ନିକଟରେ ଝିଅର ବାହାଘର ଦେଖିବା ପରେ ଆଖି ବୁଜିଲେ ମାଆ

ଗୟା: ଝିଅ ବାହା ହେବ ଆଉ ମାଆ ଦେଖିବନି । ତାହା କେବେ ସମ୍ଭବ ନୁହେଁ । ତେବେ ଗୟାରେ ଜଣେ ମାଆ ତାଙ୍କ ଝିଅ ବାହାଘର ଦେଖିବା ପରେ ଆଖି ବୁଜି ଦେଇଛନ୍ତ । ଏହି ଘଟଣା ସମ୍ପୂର୍ଣ୍ଣ ଅଞ୍ଚଳରେ ଚର୍ଚ୍ଚାର କାରଣ ସାଜିଛି । ଲଲନ କୁମାରଙ୍କ ସ୍ତ୍ରୀ ପୁନମ ବର୍ମା ଗୁରୁତର ଅସୁସ୍ଥ ହୋଇ ସ୍ଥାନୀୟ ଡାକ୍ତରଖାନାର ଆଇସିୟୁ ୱାର୍ଡରେ ଚିକିତ୍ସିତ ହେଉଥିଲେ । ସେ ବେଶୀଦିନ ବଞ୍ଚିବେ ନାହିଁ ବୋଲି ଡାକ୍ତର ତାଙ୍କ ପରିବାବର୍ଗଙ୍କୁ ଜଣେଇ ଦେଇଥିଲେ । ତେବେ ସେହି ସମୟରେ ଝିଅ ଚାନ୍ଦିନୀଙ୍କ ବିବାହ ସଲେମପୁର ଗ୍ରାମର ସୁମିତ ଗୌରବଙ୍କ ସହ ସ୍ଥିର ହୋଇଥିଲା । ନିର୍ବନ୍ଧ କରି ଏହାକୁ କିଛି ଦିନ ଘୁଞ୍ଚାଇ ଦେବା ପାଇଁ ଘର ଲୋକ ଚିନ୍ତା କରୁଥିଲେ । ମାତ୍ର ଝିଅର ବାହାଘର ଦେଖିବା ପାଇଁ ପୁନମ ବିକଳ ହୋଉ ଉଠିଥିଲେ । ଶେଷରେ ସମସ୍ତଙ୍କ ପରାମର୍ଶକ୍ରମେ ଆଇସିୟୁ କ୍ୟାବିନ ନିକଟରେ ଏହି ବିବାହର ଆୟୋଜନ କରାଯାଇଥିଲା । ଏହାକୁ ପୁନମ ଦେଖିଥିଲେ । ତାଙ୍କ ଆଖିରୁ ଲୁହ ଝରି ଯାଇଥିଲା । ୨ଘଣ୍ଟା ପରେ ତାଙ୍କ ପ୍ରାଣବାୟୁ ଉଡି ଯାଇଥିଲା । ଏହି ଘଟଣା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking