30.1 C
Bhubaneswar
Thursday, January 23, 2025
Homeଓଡିଶାକାର୍ଯ୍ୟକ୍ଷମ ହେଲା ଏମ୍‌କେସିଜି ସୁପରସ୍ପେଶାଲିଟି କୋଠା

କାର୍ଯ୍ୟକ୍ଷମ ହେଲା ଏମ୍‌କେସିଜି ସୁପରସ୍ପେଶାଲିଟି କୋଠା

୫ ବିଭାଗର ଆରମ୍ଭହେଲା ରୋଗୀସେବା, ପ୍ରତି ବଭାଗର ୨୨ ଶଯ୍ୟା
ବ୍ରହ୍ମପୁର:ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର(ଏମ୍‌କେସିଜି)ରେ ନୂତନ ସୁପରସ୍ପେଶାଲିଟି କୋଠା ବା ପ୍ରଧାନମନ୍ତ୍ରୀ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନା (ପିଏମଏସଏସୱାଇ)କୋଠାକୁ ଅନେକ ଦିନ ହେବ ନିର୍ମାଣ ହୋଇ ବିଭିନ୍ନ ସେବାରେ ଲାଗୁଥିଲା । କିନ୍ତୁ ଦୀର୍ଘ ଦିନ ପରେ ଏହି କୋଠାରେ କିଛି ସୁପର ସ୍ପେସାଲିଟି ବିଭାଗ କାର୍ଯ୍ୟକ୍ଷମ ହୋଇଛି । ଏହି କୋଠା ନିର୍ମାଣ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୩ ବର୍ଷ ପୂର୍ବେ କୋଠା ନିର୍ମାଣ ସହ ଉପକରଣ ବାବଦକୁ ୧୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା ।

ଏହି କୋଠାରେ କେନ୍ଦ୍ରୀୟ ଶୀତତାପ ନିୟନ୍ତ୍ରକ ବ୍ୟବସ୍ଥା ସହ ଆନ୍ତଃବିଭାଗ ଓ ଅସ୍ତ୍ରୋପଚାର ଗୃହରେ ଅତ୍ୟାଧୁନିକ ସରଞ୍ଜାମ ଲଗାଯାଇଥିବାରୁ ରୋଗୀଙ୍କୁ ଉଚ୍ଚତର ଚିକିତ୍ସା ମିଳିପାରିବାର ବ୍ୟବସ୍ଥା ରହିଛି । ହେଲେ ବିଭିନ୍ନ କାରଣ ସହ ଗତବର୍ଷ ଏହି କୋଠାକୁ କୋଭିଡ ଚିକିତ୍ସାଳୟରେ ପରିଣତ କରି କରୋନା ରୋଗୀଙ୍କ ଚିକିତ୍ସା କରାଯାଇଥିଲା । ଯାହାଫଳରେ ଉକ୍ତ କୋଠାରେ କାର୍ଯ୍ୟକ୍ଷମ ହେବାକୁ ଥିବା ସ୍ନାୟୁଶଲ୍ୟ, ଏଣ୍ଡୋକ୍ରାଇନୋଲୋଜି, ସିଟିଭିଏସ, ହୃଦରୋଗ, ମୁତ୍ରାଶୟ, ପ୍ଲାଷ୍ଟିକ ସର୍ଜରୀ, ମେଘତତ୍ତ୍ୱ, ସ୍ନାୟୁରୋଗ ବିଭାଗ ପରି ସୁପରସ୍ପେସାଲିଟି ବିଭାଗଗୁଡ଼ିକ ବଡ ଡାକ୍ତରଖାନାର ପୁରୁଣା କୋଠାରେ ଚାଲୁ ରହିଥିଲା ।

ଯାହାଫଳରେ ଉକ୍ତ ବିପଦସଂକୁଳ ପୁରୁଣା କୋଠାରେ ରୋଗୀଙ୍କ ଚିକିତ୍ସା କରାବା ସହ ଅସ୍ତ୍ରୋପଚାର ଗୃହରେ ଭିତ୍ତିଭୂମିର ଅଭାବ ଲାଗିରହିଥିଲା । କିନ୍ତୁ ଗତ କିଛି ଦିନ ତଳେ ଏହି କୋଠା ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହେବା ପରେ ସେଠାକୁ ପ୍ରଥମେ ନେଫ୍ରୋଲୋଜି ବିଭାଗ ଓ ଡାଏଲିସିସ ୟୁନିଟକୁ ସ୍ଥାନାନ୍ତର କରାଯାଇଛି । ଏହା ପରେ କାର୍ଡିଓଲୋଜି ବିଭାଗ ଓ ୟୁରୋଲୋଜି ବିଭାଗ ସ୍ଥାନାନ୍ତର କରିବା ପରେ ଦୁଇ ଦିନ ପୂର୍ବେ ନ୍ୟୁରୋଲୋଜି ବିଭାଗକୁ ସ୍ଥାନାନ୍ତର କରାଯାଇଛି । ଏହି କୋଠାରେ ମୋଟ ୫୪ଟି ଆଇସିୟୁ ରହିଛି ।

ସେହିପରି ଏହି କୋଠାରେ ସୁପରସ୍ପେସାଲିଟି ବିଭାଗ ରୋଗୀଙ୍କ ଅସ୍ତ୍ରୋପଚାର ପାଇଁ ୬ଟି ମୁଖ୍ୟ ଅସ୍ତ୍ରୋପଚାର ଗୃହ ରହିଥିବା ବେଳେ ୪ଟି ଅତିରିକ୍ତ ଅସ୍ତ୍ରୋପଚାର ଗୃହ ରହିଛି ଏବଂ ତଳ ମହଲାରେ ଥିବା ମେଘତତ୍ତ୍ୱ ଆନ୍ତଃବିଭାଗରେ ୨୨ଟି ଶଯ୍ୟା ଓ ୧୨ଟି ଡାଏଲିସିସି ୟୁନିଟ ରହିଛି । ଉକ୍ତ ବିଭାଗ କାର୍ଯ୍ୟକ୍ଷମ ହେବା ପରେ କିଡନୀ ରୋଗୀମାନେ ବିଶେଷ ସେବା ପାଇପାରୁଛନ୍ତି । କୋଠାରେ କାର୍ଯ୍ୟକ୍ଷମ ହୋଇଥିବା ଅନ୍ୟ ସୁପରସ୍ପେସାଲିଟି ବିଭାଗର ଆନ୍ତଃବିଭାଗରେ ୨୨ଟି ଲେଖାଏଁ ଶଯ୍ୟା ରହିଥିବା ବେଳେ ଉପରୋକ୍ତ ବିଭାଗଗୁଡ଼ିକରେ ଆବଶ୍ୟକୀୟ ଡାକ୍ତର ଓ କର୍ମଚାରୀ ନିଯୁକ୍ତି ସମସ୍ୟା ଲାଗିରହିଛି । ତେବେ ଏହି ବିଭାରେ ଥିବା ବିଭିନ୍ନ ସମସ୍ୟ ସମାଧାନ କରିବା ସହ କେତେଦୂର ରୋଗୀ ଉପକୃତ ହେବେ ତାହା ଅଗାମୀ ସମୟରେ ଜଣାପଡ଼ିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking