27.1 C
Bhubaneswar
Saturday, June 28, 2025
Homeଓଡିଶାଡାବୁଗାଁରେ ୧୨୦ କୋଟି ଟଙ୍କାର ମାରାଥନ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ

ଡାବୁଗାଁରେ ୧୨୦ କୋଟି ଟଙ୍କାର ମାରାଥନ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମନ୍ତ୍ରୀ

ନବରଙ୍ଗପୁର: ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ୩୦ଟି ପ୍ରକଳ୍ପ ପାଇଁ ୧୨୦ କୋଟି ଟଙ୍କାର ଭିତ୍ତିପ୍ରସ୍ତର ଉଦଘାଟନ କରିଛନ୍ତି । ଗତ ମାର୍ଚ୍ଚ ୧୮ ତାରିଖରେ ୫ଟି ସଚିବ ନବରଙ୍ଗପୁର ଜିଲ୍ଲା ଗସ୍ତରେ ଆସିଥିବା ସମୟରେ ଲୋକଙ୍କ ଅଭିଯୋଗ ଶୁଣିଥିଲେ ଏବଂ ସେମାନଙ୍କର ସମସ୍ୟାର ସମାଧାନ କରିବା ପାଇଁ ଏହି ସମସ୍ତ ପ୍ରକଳ୍ପକୁ ଅନୁମୋଦନ କରିଥିଲେ । ଅନୁମୋଦନ ପରେ ଶୁକ୍ରବାର ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀର ୪ଟି ସ୍ଥାନରେ ସମସ୍ତ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ପ୍ରଥମେ ହେଲିକପ୍ଟର ଯୋଗେ ଡାବୁଗାଁ ବ୍ଲକର କୁସୁମଭଟାରେ ପହଞ୍ଚି ୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଓ ସାଧାରଣ ସଭାରେ ଯୋଗ ଦେଇଥିଲେ ।

ପରେ ପାପଡ଼ାହାଣ୍ଡି ବ୍ଲକର ଚେରଚେଟା ଓ ସିମଳା, କୋଷାଗୁମୁଡ଼ା ବ୍ଲକର ମିରମିଣ୍ଡାରେ ପହଞ୍ଚି ୬ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବା ସହ ସାଧାରଣ ସଭାରେ ଯୋଗଦେଇ ମୋଟ ୩୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନୀତ ଅତିଥିଭାବେ ସାଂସଦ ରମେଶ ଚନ୍ଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ପାପଡ଼ାହାଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ହେମଲତା ମାଝୀ, ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରାଙ୍କ ସମେତ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ ସମେତ ସମସ୍ତ ସରପଞ୍ଚ ସମିତି ସଭ୍ୟସଭ୍ୟା ଉପସ୍ଥିତ ରହିଥିଲେ । ବ୍ଲକ ବିଜେଡି ସଭାପତି ବିଦ୍ୟାଧର ମଲ୍ଲିକଙ୍କ ସଭାପତିତ୍ୱରେ ବରିଷ୍ଠ ବିଜେଡି ନେତା ସୋମନାଥ ବିଷୋୟୀଙ୍କ ସମେତ ନିବେଦିତା ମହାନ୍ତି, ଭାନୁମତୀ ପୂଜାରୀ, ଯୁବ ବିଜେଡି ଜିଲ୍ଲା ସଭାପତି ଶିବାନନ୍ଦ ବିଷୋୟୀ, ପରେଶ ଜେନା, ତ୍ରିନାଥ ପ୍ରଧାନ ଓ ସୁମିତ ପୂଜାରୀଙ୍କ ସମେତ ବହୁ ଛାତ୍ର, ଯୁବ, ମହିଳା ବିଜେଡି କର୍ମକର୍ତ୍ତା ଅଂଶଗ୍ରହଣ କରିଥିଲେ । ଅନ୍ୟପଟେ ଡାବୁଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ୮୦୦ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଚାଲୁଥିବା ବିଧାୟକ ଶ୍ରୀ ରନ୍ଧାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking