37.1 C
Bhubaneswar
Friday, May 17, 2024
Homeଦେଶ ବିଦେଶବାହା ହେବାକୁ ଅରାଜି ହେବାରୁ ପ୍ରେମିକାର ଜୀବନ ନେଲା ପ୍ରେମିକ

ବାହା ହେବାକୁ ଅରାଜି ହେବାରୁ ପ୍ରେମିକାର ଜୀବନ ନେଲା ପ୍ରେମିକ

ବେଙ୍ଗାଲୁରୁ : ବାହା ହେବାକୁ ମନାକଲା ପ୍ରେମିକା । ରାଗରେ ଛୁରି ଭୁସି ହତ୍ୟାକଲା ପ୍ରେମିକ । ବିବାହ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ପରେ ଜଣେ ୩୨ବର୍ଷୀୟ ବ୍ୟକ୍ତି ତାଙ୍କ ପ୍ରେମିକାକୁ ୧୫ଥର ଛୁରି ଭୁସି ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା ପରେ ସେ ପୋଲିସ ଷ୍ଟେସନକୁ ଯାଇ ଅପରାଧ ସ୍ୱୀକାର କରିଥିବା ଜଣାପଡିଛି । ବେଙ୍ଗାଲୁରୁର ଏହି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ସୂଚନା ଅନୁସାରେ, ଅଭିଯୁକ୍ତ ଗିରିଶ ଏନଏଲ ଓରଫ ରେହାନ ଅହମ୍ମଦକୁ ଗିରଫ କରାଯାଇଛି । ମୃତ ମହିଳା ହେଲେ ଜୟନଗର ଭି ବ୍ଲକର ୪୨ବର୍ଷୀୟ ଫରିହା ଖାତୁନ । ଫରିହା ବିବାହିତା ଓ ତାଙ୍କର ଦୁଇଟି ଝିଅ ମଧ୍ୟ ଅଛନ୍ତି । ଉଭୟ ଝିଅଙ୍କର ବୟସ ୨୧ ଓ ୧୬ବର୍ଷ । ଏନେଇ ଡିସିପି ଶିବପ୍ରକାଶ ଦେବରାଜୁ ସୂଚନା ଦେଇଛନ୍ତି । ପୋଲିସର ସୂଚନାନୁସାରେ, ଫରିହା ଖାତୁନଙ୍କ ପ୍ରକୃତ ଘର କୋଲକାତାରେ । ଗତ ୪ବର୍ଷ ଧରି ସେ ଦକ୍ଷିଣ ବେଙ୍ଗାଲୁରୁର ଏକ ୟୁନିସେକ୍ସ ସ୍ପାରେ କାମ କରୁଥିଲେ । ୨୦୨୨ ମସିହାରେ କାର୍ ଡ୍ରାଇଭର ଗିରିଶଙ୍କ ସହ ତାଙ୍କର ପରିଚୟ ହୋଇଥିଲା ।

ଗତ ମାର୍ଚ୍ଚ ୬ତାରିଖରେ ଫରିହା କୋଲକାତା ଯାଇ ମାର୍ଚ୍ଚ ୨୮ରେ ଝିଅଙ୍କ ସହିତ ଫେରି ଆସିଥିଲେ । ସେହି ଦିନ ଗିରିଶଙ୍କ ଜନ୍ମଦିନ ଥିଲା । ସେହିଦିନ ସେ ଜୟନଗରର ଏକ ଓୟୋ ହୋଟେଲ ରୁମ ବୁକ୍ କରି ଝିଅ ସହ ରହିଥିଲେ । ସେମାନେ ଗିରିଶଙ୍କ ସହ ଏକ ପାର୍ଟିରେ ଯୋଗ ଦେଇଥିଲେ । ଉଭୟ ଏକାଠି ଖାଇଥିଲେ ଓ ସପିଂ ମଧ୍ୟ କରିଥିଲେ । ଏହାପରେ ଫରିହା ଏବଂ ଗିରିଶ ବାହାରକୁ ଯାଇଥିଲେ । ସେମାନେ ଦୁଇଟି ପାର୍କ ମଧ୍ୟ ଯାଇଥିଲା । ଗିରିଶ ଏକ ଦୋକାନକୁ ଯାଇ ଛୁରି କିଣିଥିଲା । ପରେ ସେ ଶାଲିନି ଗ୍ରାଉଣ୍ଡକୁ ଯାଇ ସେଠାରେ ଫରିହାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା । ସେ ମନା କରିବାରୁ ତାଙ୍କୁ ବାରମ୍ୱାର ଛୁରିରେ ଆକ୍ରମଣ କରିଥିଲା । ସନ୍ଧ୍ୟା ୭ଟାରୁ ୭ଟା ୩୦ମଧ୍ୟରେ ଏହି ଘଟଣା ଘଟିଥିଲା ।ଏହି ସମୟରେ ଜଣେ ନଡିଆ ବିକ୍ରି କରୁଥିବା ବ୍ୟକ୍ତି ଏସଂପର୍କରେ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ସେଠାରେ ପହଞ୍ଚିବା ବେଳକୁ ଫରିହାଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ଘଟଣାସ୍ଥଳରୁ ଗିରିଶ ଫେରାର ହୋଇଯାଇଥିଲେ । ରାତି ପ୍ରାୟ ୮ଟା ୩୦ରେ ଗିରିଶ ଜୟନଗର ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଥିଲେ । ପରେ ପୋଲିସ ଆଗରେ ସବୁ କଥା କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking