27.1 C
Bhubaneswar
Saturday, June 22, 2024
Homeଅପରାଧପ୍ରେମିକାର ଗଳା କାଟି ହତ୍ୟା କଲା ପ୍ରେମିକ

ପ୍ରେମିକାର ଗଳା କାଟି ହତ୍ୟା କଲା ପ୍ରେମିକ

ଉତ୍ତରପ୍ରଦେଶ : ପ୍ରେମିକାର ଗଳା କାଟି ହତ୍ୟା କଲା ପ୍ରେମିକ । ଉତ୍ତର ପ୍ରଦେଶରେ ଘଟିଛି ଏଭଳି ଅଭବନୀୟ ଘଟଣା । ଖଳନାୟକ ସିନେମା ଦେଖି ପ୍ରେମିକାର ଗଳା କାଟି ହତ୍ୟା କରିଛନ୍ତି ଯୁବକ । ହତ୍ୟା କରିବା ପରେ ଧୋକାର ପରିଣାମ ମୃତ୍ୟୁ ବୋଲି ହସି ହସି କହିଛନ୍ତି । ସୂଚନା ଅନୁଯାୟୀ,ଉତ୍ତର ପ୍ରଦେଶର ବୁଲନ୍ଦ ସହରର ଏକ ଶ୍ମଶାନ ନିକଟରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରିଥିଲା ପୁଲିସ। ତାଙ୍କ ଗଳା କଟାଯାଇଥିବା ଜଣାପଡିଥିଲା । ଏହି ଘଟଣାକୁ ନେଇ ପୋଲିସ ତଦନ୍ତ କରିବାରୁ ହତ୍ୟାକାରୀ ଯୁବକ ହତ୍ୟାକାଣ୍ଡ କରିଥିବା ସ୍ୱୀକାର କରିଥିଲେ । ଏପରିକି ପ୍ରେମରେ ଧୋକା ଦେଇଥିବାରୁ ସେ ଏପରି କରିଥିବା କହିଛନ୍ତି । ଏଭଳି ହତ୍ୟା କାଣ୍ଡ କରିବା ପରେ ମନରେ ସାମାନ୍ୟତମ ଭୟ ବଦଳରେ ପ୍ରେମରେ ଧୋକାର ପରିଣାମ ମୃତ୍ୟୁ ବୋଲି ହସି ହସି କହୁଛି। ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking