ନୂଆଦିଲ୍ଲୀ: ବିହାରର ଲଖିସରାଏରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଯେଉଁଠାରେ ଏକ ତରଫା ଭଲ ପାଇବସିଥିବା ଜଣେ ପ୍ରେମିକ ଛଟପର୍ବ ଅବସରରେ ଗୋଟିଏ ପରିବାରର ୬ଜଣ ଲୋକଙ୍କୁ ଗୁଳି କରିଥିବା ବେଳେ ୨ଜଣଙ୍କ ଏଥିରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଘଟଣାକୁ ନେଇ ଏସପି ପଙ୍କଜ କୁମାର କହିଛନ୍ତି, ‘ମୃତକଙ୍କ ପରିବାର ଓ ଗୁଳି କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ପାଖାପାଖି ୧୦ଦିନ ତଳେ ବିବାଦ ଲାଗିଥିଲା । ଘଟଣାର ଯାଞ୍ଚ ପରେ ଜଣାପଡ଼ିଲା କି ଏହି ଘଟଣା ଏକ ତରଫା ପ୍ରେମ ପାଇଁ ଘଟିଛି ।
ଏହି ଗୁଳିକାଣ୍ଡ ଘଟଣାରେ ସାମିଲ ଥିବା ଆଶିଷ ଚୌଧୁରୀ ଘର ସାମ୍ନାରେ ରହୁଥିବା ଜଣେ ଯୁବତୀଙ୍କୁ ଏକ ତରଫା ଭଲ ପାଉଥିଲେ । ତାଙ୍କୁ ବିବାହ କରିବାକୁ ଚାହିଁଥିଲେ । କିନ୍ତୁ ଯୁବତୀଙ୍କ ପରିବାର ଲୋକ ଏହି ପ୍ରସ୍ତାବରେ ରାଜି ହୋଇ ନଥିଲେ । ଏହି ଘଟଣାକୁ ନେଇ ଆଶିଷ ରାଗି ଯାଇଥିଲେ । ଫଳରେ ଆଜି ଛଟପର୍ବ ଥିବା ବେଳେ ଯୁବତୀଙ୍କ ସମେତ ତାଙ୍କ ପରିବାର ବାହାରକୁ ଯାଇଥିଲେ । ଏହାର ସୁଯୋଗ ଦେଖି ଆଶିଷ ଯୁବତୀଙ୍କ ଗୁପ୍ତାଙ୍ଗକୁ ଗୁଳି କରିବା ସହିତ ତାଙ୍କ ପରିବାରର ୫ଜଣ ସଦସ୍ୟଙ୍କ ଉପରକୁ ଗୁଳି କରିଥିଲେ । ଏହି ଗୁଳିରେ ଯୁବତୀଙ୍କ ସମେତ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏଥିରେ ୪ଜଣ ଗୁରୁତର ଆହତ ହୋଇଥିଲେ । ସମସ୍ତ ଗୁରୁତରଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇ କହିଛନ୍ତି ।