27.1 C
Bhubaneswar
Saturday, July 27, 2024
Homeଓଡିଶାରାଜଧାନୀରେ ପ୍ରେମିକାକୁ ଛାଡ଼ି ପଳାଇଗଲା ପ୍ରେମିକ!

ରାଜଧାନୀରେ ପ୍ରେମିକାକୁ ଛାଡ଼ି ପଳାଇଗଲା ପ୍ରେମିକ!

ଭୁବନେଶ୍ୱର: ଅଜବ ଏ ପ୍ରେମ କାହାଣୀ । ପାର୍ସଲ୍ ଡେଲିଭରୀ କରିବାକୁ ଯାଇ କିନ୍ନରଙ୍କ ପ୍ରେମରେ ପଡ଼ିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ସାଥୀରେ ଧରି ରାଜଧାନୀ ଭୁବନେଶ୍ୱର ପଳାଇ ଆସିଥିଲେ । ଆଉ ଏଠାରେ ଏକ ଠାକୁରାଣୀ ମନ୍ଦିରରେ ତାଙ୍କୁ ବିବାହ କରିଥିଲେ । ବିବାହ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ଭଳି ରହୁଥିଲେ । ହେଲେ ଏବେ ଧୋକା ଦେଇ ପଳାଇ ଗଲେ ପ୍ରେମିକ ଡେଲିଭରୀ ବୟ୍ । ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ପ୍ରେମିକା । ଏପରି ଅଜବ ପ୍ରେମ କାହାଣୀ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲାରେ ।

କାମାକ୍ଷାନଗର ଥାନା ରାଜକୁଳାକାଟେଣୀ ଗାଁର ଦୀପ୍ତିମୟ ମହାରଣା ଡେଲିଭରୀ ବୟ ଭାବେ କାମ କରୁଥିଲେ । ଆଜକୁ ବର୍ଷେ ତଳେ ଏକ ଜିନିଷ ଡେଲିଭରୀ ଦେବାକୁ ଯାଇ କିନ୍ନର ସଞ୍ଜନା ବେହେରାଙ୍କ ପ୍ରେମରେ ପଡିଥିଲେ । ଦୀପ୍ତିମୟଙ୍କ ମିଠା ମିଠା କଥାରେ ଫସି ଯାଇଥିଲେ ସଞ୍ଜନା । ଆଉ ତାଙ୍କୁ ଦେଇ ବସିଥିଲେ ଦିଲ୍ । ପରେ ଉଭୟେ ରାଜଧାନୀ ଭୁବନେଶ୍ୱର ପଳାଇ ଆସିଥିଲେ ।

ଏଠାରେ ଉଭୟ ଲିଭ୍ ଇନରେ ରହୁଥିଲେ । ପରବର୍ତ୍ତୀ ସମୟରେ ଉଭୟ ଠାକୁରାଣୀଙ୍କୁ ସାକ୍ଷୀ ରଖି ବିବାହ କରିଥିବା ଚର୍ଚ୍ଚା ହେଉଛି । ଦୀପ୍ତିମୟ ଓ ସଞ୍ଜୟ ଏକାଠି ଗୋଟିଏ ରୁମ୍‌ରେ ରହୁଥିଲେ । ବେଶ୍ ହସଖୁସିରେ ଚାଲିଥିଲା ଉଭୟଙ୍କ ପ୍ରେମ ସମ୍ପର୍କର ଗାଡ଼ି । ଉଭୟ ଯାହା ରୋଜଗାର କରୁଥିଲେ, ସେଥିରେ ଚଳୁଥିଲେ । ଏହାରି ଭିତରେ ସଞ୍ଜନା ଜଣେ କିନ୍ନର ବୋଲି ଜାଣିବାକୁ ପାଇଥିଲେ ଦୀପ୍ତିମୟଙ୍କ ପରିବାର ଲୋକେ । ସେମାନେ ବିବାହକୁ ବିରୋଧ କରୁଥିଲେ । ଯାହାଫଳରେ ଦୀପ୍ତିମୟ ଅଡୁଆରେ ପଡ଼ି ଯାଇଥିଲେ । ତେବେ କିଛି ଦିନ ହେବ ଦୀପ୍ତିମୟ କେଉଁଆଡ଼େ ପଳାଇ ଯାଇଛନ୍ତି । ଆଉ ଗଲା ବେଳେ ସଞ୍ଜନାଙ୍କ ସୁନା ଅଳଙ୍କାର ଓ ନଗଦ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking