40.1 C
Bhubaneswar
Monday, June 17, 2024
Homeଓଡିଶାଜାହାଜରୁ ଖସି ଚାଲିଗଲା ବିଦେଶୀ ନାଗରିକଙ୍କ ଜୀବନ

ଜାହାଜରୁ ଖସି ଚାଲିଗଲା ବିଦେଶୀ ନାଗରିକଙ୍କ ଜୀବନ

ପାରାଦୀପ : ପାରାଦୀପ ବନ୍ଦରରେ ଘଟିଛି ଅଭବନୀୟ ଘଟଣା। ସାମାନ୍ୟ ଅସାବଧାନତା ପାଇଁ ଚାଲିଗଲା ନାଗରିକଙ୍କ ଜୀବନ । ଜାହାଜରୁ ଖସି ପଡିଲେ ବିଦେଶୀ ନାଗରିକ । ଜାହାଜରୁ ଖସିଯିବା ଫଳରେ ତାଙ୍କ ଜୀବନ ଚାଲିଯାଇଛି । ସୂଚନା ଅନୁଯାୟୀ,ବୁଧବାର ଦିନ ଅପରାହ୍ଣରେ ଏହି ଜାହାଜର କ୍ରେନରେ ଫିଲିପାଇନ୍ସର ନାବିକ ଆଜାରକନ ୟର୍ଲ ୱଲହେଲ୍ମ କ୍ୟୁରାଓ ସଫେଇ କରୁଥିଲେ । ଏହି ଜାହାଜଟି ବାଂଲାଦେଶରେ ପଣ୍ୟ ଖଲାସ କରି ପାରାଦୀପ ବନ୍ଦରକୁ କୋଇଲା ବୋଝେଇ କରିବାକୁ ଆସି ଆଙ୍କରେଜ ରହିଥିଲା। କୌଣସି କାରଣବଶତଃ ଜାହାଜରୁ ସେ ହଠାତ ତଳକୁ ଖସିପଡ଼ିଥିଲେ ।ସଙ୍ଗେ ସଙ୍ଗେ ତାଙ୍କୁ ଆଙ୍କରେଜରୁ ଉଦ୍ଧାର କରି ପାରାଦୀପ ବନ୍ଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଫିଲିପାଇନ୍ସ ଦୂତାବାସ ସହିତ ଯୋଗାଯୋଗ କରାଯାଇ ମୃତ ଶରୀର ପଠାଯିବା ପାଇଁ ବ୍ୟବସ୍ଥା କରାଯିବା ସହ ପାରାଦୀପ ନେହେରୁବଙ୍ଗଳା ସାମୁଦ୍ରିକ ଥାନାରେ ଏକ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking