33.1 C
Bhubaneswar
Monday, May 20, 2024
Homeଦେଶ ବିଦେଶଆସିଲା ବିଜେପିର ପ୍ରାର୍ଥୀ ତାଲିକା

ଆସିଲା ବିଜେପିର ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ : ବିଜେପି ପକ୍ଷରୁ ପ୍ରକାଶିତ ପ୍ରଥମ ପ୍ରାର୍ଥୀ ତାଲିକାରେ ୧୬ଟି ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳର ୧୯୫ ଜଣ ପ୍ରାର୍ଥୀଙ୍କ ନାମ ରହିଛି। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ । ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ମହାସଚିବ ବିନୋଦ ତାୱଡ଼େଙ୍କ ପ୍ରେସମିଟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀରୁ, ଅମିତ ଶାହା ଗାନ୍ଧୀନଗରରୁ, ରାଜନାଥ ସିଂହ ଲକ୍ଷ୍ନୌରୁ, ନୀତିନ ଗଡ଼କରୀ ନାଗପୁରରୁ ନିର୍ବାଚନ ଲଢ଼ିବେ। ଏହି ତାଲିକାରେ ମୋଟ ୩୪ ଜଣ କେନ୍ଦ୍ରମନ୍ତ୍ରୀଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି । ଏହା ସହ ଲୋକସଭା ବାଚସ୍ପତି ଓମ୍ ବିର୍ଲା ଏବଂ ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ଏହି ତାଲିକାରେ ରହିଛି। ପ୍ରଥମ ତାଲିକାରେ ୨୮ ଜଣ ମହିଳା ପ୍ରାର୍ଥୀଙ୍କ ନାମ ରହିଛି। ଏଥିସହିତ ୫୦ ବର୍ଷରୁ କମ୍ ବୟସର ୪୭ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ବିଜେପି ୨୭ ଜଣ ଏସସି ଓ ୧୮ ଜଣ ଏସଟି ପ୍ରାର୍ଥୀଙ୍କୁ ଟିକେଟ ଦେଇଛି । ପ୍ରଧାନମନ୍ତ୍ରୀ ମୋଦୀ ତୃତୀୟ ଥର ପାଇଁ ବାରଣାସୀରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ଗାନ୍ଧିନଗରରୁ ଲଢ଼ିବେ ଗୃହମନ୍ତ୍ରୀ ଅମିତ ଶାହ । ଅରୁଣାଚଳ ୱେଷ୍ଟରୁ ଲଢ଼ିବେ କେନ୍ଦ୍ର ମନ୍ତ୍ରୀ କିରଣ ରିଜିଜୁ । ଦିବ୍ରୁଗଡ଼ରୁ ଲଢ଼ିବେ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ । କୋର୍ବାରୁ ସରୋଜ ପାଣ୍ଡେ, ରାୟପୁରରୁ ବ୍ରିଜମୋହନ ଅଗ୍ରୱାଲ । ଦିଲ୍ଲୀ ଚାନ୍ଦିନୀଚୌକ- ପ୍ରବୀଣ ଖଣ୍ଡେଲୱାଲ, ନର୍ଥଇଷ୍ଟ ଦିଲ୍ଲୀ- ମନୋଜ ତିୱାରୀ ଙ୍କୁ ଦଳ କରିଛି ପ୍ରାର୍ଥୀ ।ଗତ ୨ଥ ଯାକ ପ୍ରଧାନମନ୍ତ୍ରୀ ବାରଣାସୀରୁ ବିପୁଳ ଭୋଟରେ ବିଜୟୀ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking