ଖଲ୍ଲିକୋଟ : ସମୁଦ୍ରରେ ବୁଡି ଚାଲିଗଲା ଜଣେ ଛାତ୍ରୀଙ୍କ ଜୀବନ। ଛତ୍ରପୁର ଥାନା ଆର୍ଯ୍ୟପଲ୍ଲି ଗାଁ ନିକଟ ସମୁଦ୍ରରେ ଆଜି ଏହି ଅଘଟଣ ଘଟିଛି। ଅନ୍ୟ ଜଣେ ଛାତ୍ରୀ ବର୍ତ୍ତମାନ ମଧ୍ୟ ନିଖୋଜ ରହିଛନ୍ତି। ଛତ୍ରପୁର ଥାନା ଆର୍ଯ୍ୟପଲ୍ଲି ଗାଁ ନିକଟ ସମୁଦ୍ରରେ ଛାତ୍ରୀମାନେ ବୁଡି ଯାଇଥିଲେ। ୫ ଜଣ ସାଙ୍ଗ ହୋଇ ଗାଧୋଇବା ବେଳେ ସମସ୍ତେ ଭାସି ଯାଇଥିଲେ। ଏହାପରେ ସ୍ଥାନୀୟ ଲୋକେ ୩ ଜଣଙ୍କୁ ଲୋକେ ଉଦ୍ଧାର କରିଥିବା ବେଳେ ୨ ଜଣ ବୁଡିଯାଇଥିଲେ। ୨ ଜଣ ନିଖୋଜ ଛାତ୍ରୀଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି।