27.1 C
Bhubaneswar
Friday, July 11, 2025
Homeଦେଶ ବିଦେଶଲିଫ୍ଟରେ ଫସି ଚାଲିଗଲା ୨୦ ବର୍ଷୀୟ ଯୁବକଙ୍କ ଜୀବନ

ଲିଫ୍ଟରେ ଫସି ଚାଲିଗଲା ୨୦ ବର୍ଷୀୟ ଯୁବକଙ୍କ ଜୀବନ

ମୁମ୍ବାଇ: ମୁମ୍ବାଇରେ ବୁଧବାର ୨୫ତମ ମହଲାରୁ ଲିଫ୍ଟ ଛିଣ୍ଡି ପଡ଼ିଥିବାର ଏକ ଘଟଣା ସାମ୍ନାକୁ ଆସିଛି। ଦୁର୍ଘଟଣାରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମିଡିଆ ରିପୋର୍ଟ ମୁତାବକ, ଏହି ଘଟଣା ଭିକ୍ରୋଲିସ୍ଥିତ ସିଦ୍ଧିବିନାୟକ ସୋସାଇଟିରେ ଦ୍ୱିପ୍ରହର ସମୟରେ ଘଟିଥିଲା। ଲିଫ୍ଟରେ ୪ ଜଣ ଲୋକ ଥିଲେ। ଯେମିତି ହିଁ ଲିଫ୍ଟ ଗ୍ରାଉଣ୍ଡ ଫ୍ଲୋର୍‌ରେ ଖସି ପଡ଼ିଥିଲା, ସେଠାରେ ଉପସ୍ଥିତ ଥିବା ଲୋକମାନେ ତୁରନ୍ତ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ଅଗ୍ନିଶମ ଟିମ୍‌ ପ୍ରାୟ ଏକ ଘଣ୍ଟା ଉଦ୍ୟମ କରିବା ପରେ ଲିଫ୍ଟର ଡୋର୍‌ ଖୋଲିଥିଲେ। ଏହାପରେ ୩ ଜଣଙ୍କୁ ଆହତ ଅବସ୍ଥାରେ ଲିଫ୍ଟରୁ ବାହାରକୁ ଆଣିଥିଲେ। ହେଲେ ୨୦ ବର୍ଷୀୟ ଯୁବକ ଲିଫ୍ଟରେ ହିଁ ଫସି ରହିଥିଲେ। ଟିମ୍‌ ତାଙ୍କୁ ଲିଫ୍ଟରୁ ବାହାରକୁ ଆଣିବା ସମୟରେ ଯୁବକଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା। ଟିମ୍‌ ତାଙ୍କୁ ତୁରନ୍ତ ରାଜୱାଡି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୋସାଇଟିରେ ରହୁଥିବା ଫିରୋଜ ଖାନ ନାମକ ଯୁବକ କହିଛନ୍ତି, ଏହି ବିଲ୍ଡିଂକୁ SRAଙ୍କ ଉଦ୍ୟମରେ ନିର୍ମାଣ କରାଯାଇଥିଲା। ଆମେ ଗୋଟିଏ ହିଁ ବିଲ୍ଡିଂରେ ରହୁଥିଲୁ। ବିଲଡର୍ ୨୩ତମ ଲେବଲରେ ଏଲେଭେଟେଡ୍‌ ପାର୍କିଂ କାମ କରୁଛନ୍ତି। ଲିଫ୍ଟରେ କାମ ଚାଲିଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ସମୟରେ କେହି ବି ଇଞ୍ଜିନିୟର ସାଇଟ୍‌ରେ ଉପସ୍ଥିତ ନ ଥିଲେ। ଏହି ମାମଲାରେ SRA କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍। ଆମେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରି ସ୍ଥାନୀୟ ଥାନାକୁ ଚିଠି ଲେଖିଛୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking