31.1 C
Bhubaneswar
Friday, March 29, 2024
Homeମନୋରଞ୍ଜନ'ଦି କେରଳ ଷ୍ଟୋରି' ପ୍ରଥମ ଦିନରେ ରୋଜଗାର କଲା ଏତିକି କୋଟି ଟଙ୍କା

‘ଦି କେରଳ ଷ୍ଟୋରି’ ପ୍ରଥମ ଦିନରେ ରୋଜଗାର କଲା ଏତିକି କୋଟି ଟଙ୍କା

ନୂଆଦିଲ୍ଲୀ:ସମସ୍ତ ବିବାଦ ମଧ୍ୟରେ ରିଲିଜ ହୋଇଥିବା ଫିଲ୍ମ ‘ଦି କେରଳ ଷ୍ଟୋରି’ ପ୍ରଥମ ଦିନରେ ୮.୩ କୋଟି ଟଙ୍କା ରୋଜଗାର କରିଛି । ପ୍ରାୟ ୨୮ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମର ଆରମ୍ଭ ଅତ୍ୟନ୍ତ ଚମତ୍କାର ବୋଲି ବିବେଚନା କରାଯାଇପାରେ । ଫିଲ୍ମ ରିଲିଜକୁ ନେଇ ହାଇକୋର୍ଟରୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା, କିନ୍ତୁ କୋର୍ଟ ଏହି ପିଟିସନକୁ ପ୍ରତ୍ୟାଖ୍ୟାନ କରିଥିଲେ । ବର୍ତ୍ତମାନ ଏହି ଫିଲ୍ମ ରିଲିଜ୍ ହେବା ସହିତ ଏକ ଜବରଦସ୍ତ ରୋଜଗାର ମଧ୍ୟ କରିଛି । ପ୍ରଥମ ଦିନ ସଂଗ୍ରହ କଲେକ୍ସନରେ ମଧ୍ୟ ଏହା ଅକ୍ଷୟ କୁମାର ଓ କାର୍ତ୍ତିକ ଆର୍ଯ୍ୟଙ୍କ ଫିଲ୍ମକୁ ମଧ୍ୟ ପଛରେ ପକାଇ ଦେଇଛି ।

ବାଣିଜ୍ୟ ବିଶ୍ଳେଷକ ତରଣ ଆଦର୍ଶ ଇନଷ୍ଟାରେ ଏକ ପୋଷ୍ଟ ସେୟାର କରି ଫିଲ୍ମର ଅଫିସିଆଲ୍ କଲେକ୍ସନ୍ ଆକଳନ କରିଛନ୍ତି, ଯାହା ଅନୁଯାୟୀ ‘ଦି କେରଳ ଷ୍ଟୋରୀ’ ଏହାର ଉଦଘାଟନୀ ଦିବସରେ ଭାରତୀୟ ବକ୍ସ ଅଫିସରେ ୮.୩ କୋଟି ଟଙ୍କା ଆୟ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking