26.1 C
Bhubaneswar
Sunday, June 15, 2025
Homeବଲିଉଡବନ୍ଦ ହେବ କପିଲ୍ ଶର୍ମା ସୋ’!

ବନ୍ଦ ହେବ କପିଲ୍ ଶର୍ମା ସୋ’!

ମୁମ୍ବାଇ: କମେଡିଆନ୍ କପିଲ୍ ଶର୍ମାଙ୍କ ସୋ’ ସମୟରେ ଦେଶର ଅଧାରୁ ଅଧିକାଂଶ ପରିବାରରେ ଟିଭି ଅନ୍ ହୋଇଯାଏ । ତାଙ୍କର ଏହି କମେଡି ସୋ’ ଯେ ଅନେକ ଲୋକଙ୍କ ଦୁଃଖକଷ୍ଟକୁ କିଛି କ୍ଷଣ ପାଇଁ ଭୁଲ?ାଇ ଓଠରେ ହସ ଦେଇ ଦିଏ ଏଥିରେ ତିଳେ ବି ସନ୍ଦେହ ନାହିଁ । ତେବେ ଏହି ସୋ’କୁ ନେଇ ଏକ ବଡ଼ କଥା ସାମ୍ନାକୁ ଆସୁଛି । ଶୁଣିବାକୁ ମିଳୁଛି ଯେ ପ୍ରତିବର୍ଷ ପରି ଏବର୍ଷ ବି କିଛି ଦିନ ପାଇଁ ବନ୍ଦ ରହିବ ଏହି କମେଡି ସୋ’ । ରିପୋର୍ଟରୁ ଜାଣିବାକୁ ମିଳିଛି ଯେ କପିଲ ଶର୍ମାଙ୍କ ସୋ’ର ଋତୁକାଳୀନ ବିରତିର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

କମେଡି କରି ସମସ୍ତଙ୍କୁ ହସାଇବା ଏକ କଷ୍ଟକର କାମ ହୋଇଥିବାରୁ କଳାକାରଙ୍କୁ କାମରୁ କିଛି ଦିନ ବିରତିର ଆବଶ୍ୟକତା ପଡ଼ିଥାଏ । ଫଳରେ ସୋ’ ଲୋକଙ୍କୁ ବୋର୍ କରେ ନାହିଁ ଓ କିଛି ନୂଆ କଣ୍ଟେଣ୍ଟ୍ ସୃଷ୍ଟିର ସୁଯୋଗ ବି ମିଳିଯାଏ । ଏହି ଦୃଷ୍ଟିରୁ ଦେଖିବାକୁ ଗଲେ ଏହା ଏକ ଦୁଃଖ ନୁହେଁ ବରଂ ଖୁସି ଖବର । ଯଦିଓ ତାରିଖ ଘୋଷଣା ହୋଇନି, ତେବେ ଟିମ୍ ମେ ମାସ ଶେଷ ସୁଦ୍ଧା ହିଁ ସୋ’କୁ ସାରିବାର ଯୋଜନା ରଖିଛନ୍ତି । ଏହାର ଶେଷ ଏପିସୋଡ୍ ଜୁନ୍‌ରେ ପ୍ରସାରଣ ହୋଇପାରେ। ତେବେ କପିଲ ଏଥର ତାଙ୍କ ବିରତି ସମୟକୁ ଏକ ଅନ୍ତର୍ଜାତୀୟ ଭ୍ରମଣରେ ବିତାଇବେ ବୋଲି ସୂତ୍ରରୁ ଜଣାପଡ଼ିଛି । ଦର୍ଶକଙ୍କୁ ଲମ୍ବା ସମୟ ଧରି ମିସ୍ କରିବାକୁ ନପଡୁ, ସେହି କାରଣରୁ କିଛିଟା ଏପିସୋଡ୍ ଆଗୁଆ ସୁଟ୍ କରି ଦିଆଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking