26.1 C
Bhubaneswar
Tuesday, September 17, 2024
Homeଦେଶ ବିଦେଶଜ୍ଞାନବାପୀ ମସ୍‌ଜିଦ ସର୍ଭେ ରିପୋର୍ଟ ଦାଖଲ ପ୍ରସଙ୍ଗ; ତ୍ନତତ୍ତ୍ୱ ବିଭାଗକୁ ୧୦ ଦିନ ମହଲତ

ଜ୍ଞାନବାପୀ ମସ୍‌ଜିଦ ସର୍ଭେ ରିପୋର୍ଟ ଦାଖଲ ପ୍ରସଙ୍ଗ; ତ୍ନତତ୍ତ୍ୱ ବିଭାଗକୁ ୧୦ ଦିନ ମହଲତ

ବାରାଣସୀ:  ଜ୍ଞାନବାପୀ ମସ୍‌ଜିଦରେ କରାଯାଇଥିବା ସାଇଣ୍ଟିଫିକ୍ ସର୍ଭେ କାର୍ଯ୍ୟର ରିପୋର୍ଟ ଦାଖଲ କରିବାକୁ ବାରାଣସୀର ଏକ ଅଦାଲତ ଶନିବାର ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ (ଏଏସ୍‌ଆଇ)କୁ ଆଉ ୧୦ ଦିନ ସମୟ ଦେଇଛନ୍ତି । ନଭେମ୍ବର ୨୮ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ଜିଲ୍ଲା ଜଜ୍ ଏଏସ୍‌ଆଇକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ରିପୋର୍ଟ ଦାଖଲ ପାଇଁ ଏଏସ୍‌ଆଇକୁ ପୂର୍ବରୁ ନଭେମ୍ବର ୧୭ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା । ଏହି ସମୟସୀମା ଆଉ ୧୫ ଦିନ ବୃଦ୍ଧି କରିବାକୁ ଏଏସ୍‌ଆଇ ପକ୍ଷରୁ ଅଦାଲତରେ ପିଟିସନ ଦାଏର କରାଯାଇଥିଲା । ତେବେ ବିଚାରପତି କେବଳ ୧୦ ଦିନ ମହଲତ ଦେଇଛନ୍ତି । ଆଉ ସମୟସୀମା ବୃଦ୍ଧି କରାଯିବ ନାହିଁ ବୋଲି ଅଦାଲତ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking