25.1 C
Bhubaneswar
Sunday, January 26, 2025
Homeଦୁର୍ଗାପୂଜାସମଲିଙ୍ଗୀ ବିବାହକୁ ସ୍ୱୀକୃତି ପ୍ରସଙ୍ଗ; ଦେଶରେ ପୋଷ୍ୟ ସନ୍ତାନ ଆଇନ ରହିଛି: ସୁପ୍ରିମକୋର୍ଟ

ସମଲିଙ୍ଗୀ ବିବାହକୁ ସ୍ୱୀକୃତି ପ୍ରସଙ୍ଗ; ଦେଶରେ ପୋଷ୍ୟ ସନ୍ତାନ ଆଇନ ରହିଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସମଲିଙ୍ଗୀ ବିବାହକୁ ଆଇନସମ୍ମତ କରିବା ଦାବିରେ ଆଗତ ପିଟିସନ୍‌ଗୁଡିକର ଶୁଣାଣି ବର୍ତ୍ତମାନ ସୁପ୍ରିମକୋର୍ଟ ସାମ୍ବିଧାନିକ ପୀଠରେ ଚାଲିଛି । ବୁଧବାର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ସାମ୍ବିଧାନିକ ପୀଠରେ ଶୁଣାଣି ଅନୁଷ୍ଠିତ ହୋଇଛି । ଏହି ଅବସରରେ ପୀଠ କହିଛନ୍ତି ଯେ ଦେଶରେ ପୋଷ୍ୟ ସନ୍ତାନ ଗ୍ରହଣ ପାଇଁ ଆଇନ ରହିଛି ।

ଅର୍ଥାତ୍ ଜଣେ ପୁରୁଷ କିମ୍ବା ମହିଳା ବିବାହ କରିନଥିବା ସତ୍ତ୍ୱେ ଆଇନତଃ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ । ଏନ୍‌ସିପିସିଆର (ନ୍ୟାସନାଲ କମିଶନ ଫର୍ ପ୍ରୋଟେକ୍‌ସନ ଅଫ୍ ଚାଇଲଡ୍ ରାଇଟ୍‌ସ) ପକ୍ଷରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ୱର୍ଯ୍ୟା ଭଟ୍ଟି ପୀଠଙ୍କୁ ଜଣାଇଥିଲେ ଯେ ପୁରୁଷ-ମହିଳାଙ୍କ ଔରସରୁ ଜନ୍ମିତ ସନ୍ତାନଙ୍କ ଭଳି ପୋଷ୍ୟ ସନ୍ତାନଙ୍କର ମଧ୍ୟ ସମାନ ଅଧିକାର ରହିଛି । ତେଣୁ ସମଲିଙ୍ଗୀ ବିବାହକୁ ସ୍ୱୀକୃତି ପ୍ରଦାନର କୌଣସି ଯଥାର୍ଥତା ନାହିଁ ବୋଲି ସେ ଯୁକ୍ତି ଉପସ୍ଥାପନ କରିଥିଲେ । ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି ଯେ ଜଣେ ପୁରୁଷ କିମ୍ବା ମହିଳା ପ୍ରଜନନ କ୍ଷମତା ରଖିଥିବା ସତ୍ତ୍ୱେ ପୋଷ୍ୟ ସନ୍ତାନ ଗ୍ରହଣ କରିପାରିବେ । ତେଣୁ ସନ୍ତାନ ଜନ୍ମକୁ ଏତେଟା ଗୁରୁତ୍ୱ ଦିଆଯିବା ଅନୁଚିତ ବୋଲି ସେ କହିଛନ୍ତି ।

ଯଦି ପାରମ୍ପରିକ ରୀତିରେ ବିବାହ କରି ସନ୍ତାନ ଜନ୍ମ କରିଥିବା ପିତାମାତାଙ୍କ ମଧ୍ୟରେ ଜଣେ କେହି ପ୍ରାଣ ହରାଇଥାନ୍ତି, ତେବେ ଅନ୍ୟ ଜଣେ (ପତି କିମ୍ବା ପତ୍ନୀ) ନିଜ ସନ୍ତାନର ଲାଳନ ପାଳନ ଦାୟିତ୍ୱ ତୁଲାଇଥାନ୍ତି । ସୂଚନାଯୋଗ୍ୟ କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ଆଇନସମ୍ମତ କରିବାକୁ ଦୃଢ ବିରୋଧ କରିଆସୁଛନ୍ତି । ପୂର୍ବରୁ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ମତାମତ ଲୋଡିସାରିଛନ୍ତି । ଇତିମଧ୍ୟରେ ୭ଟି ରାଜ୍ୟ ମତାମତ ପଠାଇ ସାରିଛନ୍ତି । ରାଜସ୍ଥାନ ସରକାର ସମଲିଙ୍ଗୀ ବିବାହକୁ ବିରୋଧ କରିଥିବାବେଳେ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ମଣିପୁର, ଆସାମ ଓ ସିକ୍କିମ ସରକାର ଏଥିପାଇଁ ଅଧିକ ସମୟ ଲୋଡିଛନ୍ତି ବୋଲି କେନ୍ଦ୍ର ପକ୍ଷରୁ ବୁଧବାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking