36.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶତାଲିବାନକୁ ଚକ୍‌ମା ଦେଲା ଆଇଏସ୍‌ଆଇଏସ୍‌

ତାଲିବାନକୁ ଚକ୍‌ମା ଦେଲା ଆଇଏସ୍‌ଆଇଏସ୍‌

କାବୁଲ: ତାଲିବାନ ହେଉକି ଆଇଏସ୍‌ଆଇଏସ୍‌, କେହି କାହାରିକୁ କମ ନୁହାନ୍ତି । ଉଭୟ ସଂଗଠନର ଆତଙ୍କବାଦୀ କାର୍ଯ୍ୟକଳାପ ରେକର୍ଡ ସମ୍ପର୍କରେ ବିଶ୍ୱବାସୀ ଅଳ୍ପବହୁତେ ଅବଗତ ଅଛନ୍ତି । ତେବେ ଗୁରୁବାର କାବୁଲରେ ଘଟିଥିବା ଦ୍ୱୈତ ବିସ୍ଫୋରଣରେ ତାଲିବାନକୁ ଚକ୍‌ମା ଦେବାରେ ଆଇଏସ୍‌ଆଇଏସ୍ ସଫଳ ହୋଇଛି । କାବୁଲ ବିମାନବନ୍ଦରର ସବୁ ପ୍ରବେଶ ପଥ ବାହାରେ ଏବଂ ବିମାନବନ୍ଦରକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ସଶସ୍ତ୍ର ତାଲିବାନ ଆତଙ୍କବାଦୀ ଅହରାତ୍ର ପହରା ଦେଉଛନ୍ତି । ବିମାନବନ୍ଦରକୁ ଯାଉଥିବା ଲୋକଙ୍କୁ ଯାଞ୍ଚ କରିବାରେ ସେମାନେ ଆଦୌ ହେଳା କରୁନାହାନ୍ତି । ଏତେ କଟକଣା ମଧ୍ୟରେ ମଧ୍ୟ ଆଇଏସ୍ ଆତଙ୍କବାଦୀ ତାଲିବାନଙ୍କ ନଜର ଏଡାଇ ବିମାନବନ୍ଦର ପ୍ରବେଶପଥରେ ହାଜର ହେବା ଘଟଣା ତାଲିବାନ ନେତାଙ୍କୁ ବିସ୍ମିତ କରିଛି ।

ସିସିଟିଭି ଫୁଟେଜ ଅନୁଯାୟୀ ପ୍ରଥମ ଆତଙ୍କବାଦୀ ଜଣକ ମୁହଁରେ କଳାକପଡା ଢାଙ୍କିଥିବାବେଳେ ହାତରେ ଆଇଏସ୍ ପତାକା ଧରିଛି । ଅଣ୍ଟାରେ ଭିଡିଛି ବିସ୍ଫୋରକ ଭର୍ତ୍ତି ବେଲ୍‌ଟ । ତାଲିବାନ ଚେକ୍ ପଏଣ୍ଟକୁ ଅତିକ୍ରମ କରି ସେ ଆମେରିକୀୟ ସୈନ୍ୟଙ୍କ ୫ ମିଟର ଦୂରରେ ଛିଡାହେବାରେ ସଫଳ ହୋଇଥିଲା। ଟାର୍ଗେଟରେ ଥିଲେ ବିଦେଶଗାମୀ ନାଗରିକଙ୍କ ପାସପୋର୍ଟ, କାଗଜପତ୍ର ଯାଞ୍ଚ୍ କରୁଥିବା ଆମେରିକୀୟ ସୈନ୍ୟ । ତେବେ ଦ୍ୱିତୀୟ ଆତଙ୍କବାଦୀଙ୍କ ସମ୍ପର୍କରେ ଆଇଏସ୍‌ଆଇଏସ୍ ପକ୍ଷରୁ କୌଣସି ତଥ୍ୟ ପ୍ରଦାନ କରାଯାଇନାହିଁ । ସୂଚନାଯୋଗ୍ୟ ଆମେରିକା ସହ ଶାନ୍ତି ରାଜିମାନା ସ୍ୱାକ୍ଷର କରିଥିବାରୁ ତାଲିବାନ ଉପରେ କ୍ଷୁବ୍ଧ ହୋଇଛି ଆଇଏସ୍‌ଆଇଏସ୍ । ଇତିମଧ୍ୟରେ କାବୁଲ ବିମାନବନ୍ଦରର ପରିଚାଳନା ଦାୟିତ୍ୱ ସମ୍ଭାଳିବାକୁ ତାଲିବାନ ପକ୍ଷରୁ ତୁର୍କୀ ସରକାରଙ୍କୁ ଅନୁରୋଧ କରାଯାଇଛି । ତେବେ ତୁର୍କୀ କୌଣସି ନିଷ୍ପତ୍ତି ନେଇନଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking