30.1 C
Bhubaneswar
Saturday, May 4, 2024
Homeଓଡିଶାଓଡ଼ିଶାରେ ତୃତୀୟ ଲହର ପ୍ରଭାବ କମ୍‌

ଓଡ଼ିଶାରେ ତୃତୀୟ ଲହର ପ୍ରଭାବ କମ୍‌

ଭୁବନେଶ୍ୱର: ଓଡ଼ିଶାରେ ସଂକ୍ରମଣ ଧୀରେ ଧୀରେ କମିବାରେ ଲାଗିଛି । ରାଜ୍ୟରେ ଜନଜୀବନ ସ୍ୱାଭାବିକ୍ ସ୍ଥିତିକୁ ଫେରି ଆସୁଛି । ଠିକ୍ ଏହି ସମୟରେ କରୋନାର ତୃତୀୟ ଲହରକୁ ନେଇ ବିଭିନ୍ନ ସଂସ୍ଥା ଭିନ୍ନଭିନ୍ନ ଆକଳନ କରୁଛନ୍ତି । ଯାହାକୁ ନେଇ ଜନସାଧାରଣଙ୍କ ମନରେ ଦ୍ୱନ୍ଦ୍ୱ ବଢ଼ିବାରେ ଲାଗିଛି । ଏବେ ପୁଣି ଆଇଆଇଟି କାନପୁରର ମଡେଲ୍ ସଂକ୍ରମଣକୁ ନେଇ ନୂଆ ଆକଳନ କରିଛି । ଏହି ମଡେଲ୍‌ର ଅନୁଯାୟୀ, ଓଡ଼ିଶାରେ ତୃତୀୟ ଲହର ପ୍ରଭାବ କମ୍ ରହିବ । କରୋନାର ଯଦି କୌଣସି ନୂଆ ଭାରିଆଣ୍ଟ ନଆସେ ତେବେ ଦୈନିକ ସଂକ୍ରମଣ ୨ ହଜାର ଭିତରେ ରହିପାରେ । ଓଡ଼ିଶା ଟିକାକରଣରେ ବେଶ୍ ଆଗୁଆ ରହିଥିବାରୁ ତୃତୀୟ ଲହରରେ କରୋନାର ଏତେଟା ପ୍ରଭାବ ଦେଖିବାକୁ ମିଳିବ ନାହିଁ । ରାଜ୍ୟରେ ଏବେ ଯେଉଁ କଟକଣା ରହିଛି ଯଦି ଆସନ୍ତା ମାସରେ ତାହାକୁ ହଟାଇ ଦିଆଯାଏ, ତାହେଲେ ଧୀରେ ଧୀରେ ସଂକ୍ରମଣ ବଢ଼ିବ । ଅକ୍ଟୋବର ମଧ୍ୟ ଭାଗରେ ୨ ହଜାର ପାର କରିପାରେ ।

ରାଜ୍ୟ ସରକାର ଲକ୍‌ଡାଉନ୍ କିମ୍ବା ଅନ୍ୟ କଟକଣା ଜାରି କଲେ ହୁଏତ ଏ ସଂକ୍ରମଣ କମିଯାଇପାରେ । ଏହି ଆକଳନକୁ ନେଇ ମତ ରଖିଛନ୍ତି ଡିଏମ୍‌ଇଟି ଡାକ୍ତର ସିବିକେ ମହାନ୍ତି । ସେ କହିଛନ୍ତି ଯେ ରାଜ୍ୟରେ ତୃତୀୟ ଲହର ଆସିଲେ ବି ଦ୍ୱିତୀୟ ଲହର ଭଳି ପରିସ୍ଥିତି ସୃଷ୍ଟି ହୋଇନପାରେ । ଯଦି ଭାଇରସ ରୂପ ବଦଳାଏ ତାହାଲେ ପ୍ରଭାବ ଅଧିକ ରହିବ । ଯଦି ରୂପ ନବଦଳାଏ ପ୍ରଭାବ ଏତେ ରହିବ ନାହିଁ । ହେଲେ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି । କେଉଁ ମଡେଲ କହୁଛି ଦେଶରେ ଦିନକୁ ୪ରୁ ୫ଲକ୍ଷ ପଜିଟିଭ ଚିହ୍ନଟ ହେବ । ଆଉ କେଉଁ ମଡେଲ କହୁଛି କି ଏତେ ପ୍ରଭାବ ପଡ଼ିବ ନାହିଁ । କିନ୍ତୁ ମଡେଲ ଯାହା କହିଲେ ବି, ରାଜ୍ୟ ସରକାର ସବୁ ଦିଗକୁ ଦୃଷ୍ଟିରେ ରଖି ପଦକ୍ଷେପ ନେଉଛନ୍ତି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking