35.1 C
Bhubaneswar
Tuesday, April 23, 2024
Homeଓଡିଶାକୋଟିଆ ଚିନ୍ତା : ସ୍ଥିତି ପରଖିଲା ଗୃହ କମିଟି, ସତର୍କ ରହିବାକୁ ପରାମର୍ଶ

କୋଟିଆ ଚିନ୍ତା : ସ୍ଥିତି ପରଖିଲା ଗୃହ କମିଟି, ସତର୍କ ରହିବାକୁ ପରାମର୍ଶ

ଭୁବନେଶ୍ୱର:  କୋଟିଆରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଦୌରାତ୍ମ୍ୟ ଚରମସୀମାରେ ପହଞ୍ଚିଛି । ଏନେଇ ବିଧାନସଭା ଗୃହ କମିଟି ଚିନ୍ତା ପ୍ରକଟ କରିବା ସହ ସତର୍କ ରହିବାକୁ ପ୍ରଶାସନକୁ ପରାମର୍ଶ ଦେଇଛି । ଏହି ସମ୍ବେଦନଶୀଳ ଆନ୍ତଃରାଜ୍ୟ ସୀମାବିବାଦକୁ ତୁରନ୍ତ ସମାଧାନ କରିବା ସହ ୨୧ କୋଟିଆ ଗ୍ରାମପୁଞ୍ଜରେ ଉନ୍ନତିମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଉପରେ ଫୋକସ୍ କରାଯାଉ ବୋଲି କମିଟି ମତ ରଖିଛି । ବୁଧବାର ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା । ଆନ୍ତଃରାଜ୍ୟ ସୀମାବିବାଦ ସମ୍ବନ୍ଧୀୟ ଗୁରୁତ୍ୱପୂର୍ଣ୍ଣ ଗୃହ କମିଟି ବୈଠକ । ବୈଠକରେ ଓଡ଼ିଶା ରାଜ୍ୟ ଓ ଆନ୍ଧ୍ରପ୍ରଦେଶ ସୀମାରେ ଥିବା କୋରାପୁଟ ଜିଲ୍ଲାର ୨୧ଟି କୋଟିଆ ଗ୍ରାମପୁଞ୍ଜର ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । କମିଟି ସଦସ୍ୟମାନେ କୋରାପୁଟ ଜିଲ୍ଲା ପ୍ରଶାସନ ସହ ଦୀର୍ଘ ଆଲୋଚନା କରିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ କେଉଁ ପ୍ରକାର ଉନ୍ନତିମୂଳକ କାର୍ଯ୍ୟକ୍ରମ କରାଯାଇଛି ତା’ର ବି ସମୀକ୍ଷା ହୋଇଥିଲା। ବିଶେଷକରି ରାସ୍ତାଘାଟ, ସ୍ୱାସ୍ଥ୍ୟସେବା, ବିଦ୍ୟୁତ୍ ଯୋଗାଣ, ପାନୀୟ ଜଳଯୋଗାଣ, ରାସନ୍ କାର୍ଡ ବ୍ୟବସ୍ଥା ଆଦି କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରିବାକୁ କୁହାଯାଇଛି ।

ସରକାରୀ ଅଧିକାରୀମାନେ କୋଟିଆ ଗ୍ରାମବାସୀଙ୍କ ସହ ନିରନ୍ତର ଯୋଗାଯୋଗ ସ୍ଥାପନ କରି ସମସ୍ତ ସୁବିଧା ଯୋଗାଇ ଦେଉଛନ୍ତି ବୋଲି ଗୃହ କମିଟିକୁ କୋରାପୁଟ ଜିଲ୍ଲାପାଳ ଅବଗତ କରାଇଥିଲେ । ବୈଠକରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଉପବାଚସ୍ପତି ରଜନୀକାନ୍ତ ସିଂ, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିଧାୟକ ଅମର ଶତପଥୀ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ କ୍ୟାପ୍‌ଟେନ୍ ଦିବ୍ୟଶଙ୍କର ମିଶ୍ର, ବିଧାୟକ ସର୍ବଶ୍ରୀ ଭୂପିନ୍ଦର ସିଂ, ମୋହନ ଚରଣ ମାଝୀ, ଡ. ନୃସିଂହ ଚରଣ ସାହୁ, ନାଉରି ନାଏକ, କେ. ନାରାୟଣ ରାଓ ପ୍ରମୁଖ  ନିଜ ନିଜର ମତ ରଖଥିଲେ । ପ୍ରାୟ ସବୁ ସଦସ୍ୟ କୋଟିଆ ଓଡ଼ିଶାର ଅଂଶ ବିଶେଷ, ଏହାକୁ   ଆନ୍ଧ୍ର ପ୍ରଦେଶ କେବେ ନେଇପାରିବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ ଟି. ଆଓ, ବିଧାନ ସଭା ସଚିବ ଦାଶରଥୀ ଶତପଥୀ ପ୍ରମୁଖ ବୈଠକରେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking