30.1 C
Bhubaneswar
Monday, May 20, 2024
Homeଅପରାଧସୀମା ଟପି ଗଲା ସ୍ୱାମୀର ବର୍ବରତା

ସୀମା ଟପି ଗଲା ସ୍ୱାମୀର ବର୍ବରତା

ନୂଆଦିଲ୍ଲୀ: ସୀମା ଟପି ଗଲା ସ୍ୱାମୀର ବର୍ବରତା । ସ୍ତ୍ରୀ ଦେହରେ କିରୋସିନ ଢାଳି ଜୀଅନ୍ତା ଜାଳି ଦେଲା ମଦ୍ୟପ ସ୍ୱାମୀ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଥାନା ଗୋପପୁର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତ ମହିଳାଙ୍କ ନାଁ ରଙ୍ଗବତୀ ଦାସ । ପାରିବାରିକ କଳହରୁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।

ଅଭିଯୁକ୍ତ ସ୍ୱାମୀ ନିରଞ୍ଜନ ଦାସକୁ ପୋଲିସ ଅଚକ ରଖିଛି । ଗତକାଲି ଘରେ କେହି ନଥିବା ବେଳେ ନିରଞ୍ଜନ ପ୍ରଥମେ ରଙ୍ଗବତୀକୁ ମାଡ଼ ମାରିଥିଲେ । ପରେ ତାଙ୍କ ଦେହରେ କିରାସିନି ଢାଳି ଝିଅନ୍ତା ଜାଳି ଦେଇଥିବା କଙ୍କଡାହାଡ଼ ଥାନାରେ ଅଭିଯୋଗ ହୋଇଛି । କଙ୍କଡାହାଡ଼ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking