35.1 C
Bhubaneswar
Monday, June 17, 2024
Homeଦେଶ ବିଦେଶସ୍ତ୍ରୀର ଗର୍ଭରେ ଥିବା ସନ୍ତାନ ପୁଅ ନା ଝିଅ ଜାଣିବା ପାଇଁ ପେଟ ଚିରି ଦେଲା...

ସ୍ତ୍ରୀର ଗର୍ଭରେ ଥିବା ସନ୍ତାନ ପୁଅ ନା ଝିଅ ଜାଣିବା ପାଇଁ ପେଟ ଚିରି ଦେଲା ସ୍ୱାମୀ

ବନ୍ଦାୟୁ: ଉତ୍ତରପ୍ରଦେଶର ବନ୍ଦାୟୁ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ବ୍ୟକ୍ତି ତିନିବର୍ଷ ପୂର୍ବେ ପୁଅର ଇଚ୍ଛାରେ ଅନ୍ତସତ୍ତ୍ୱା ସ୍ତ୍ରୀଙ୍କ ପେଟ ଚିରି ଦେଇଥିଲେ । ଏନେଇ ଅଭିଯୋଗ ହେବାପରେ ପୁଲିସ ସ୍ୱାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଦୀର୍ଘ ତିନିବର୍ଷ ପରେ ଏହି ମାମଲାର କୋର୍ଟ ଶୁଣାଣି କରି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହିତ କୋର୍ଟ ୫୦ ହଜାର ଟଙ୍କାର ଜୋରିମାନା ରାଶି ମଧ୍ୟ ଲାଗୁ କରିଛନ୍ତି । ସୂଚନା ଅନୁଯାୟୀ, ବନ୍ଦାୟୁ ଜିଲ୍ଲାର ସିଭିଲ୍ ଲାଇନ୍ ପୁଲିସ ଷ୍ଟେସନର ମୋହଲ୍ଲା ନେକପୁର ଗଳି ନମ୍ବର ୩ର ବାସିନ୍ଦା ପନ୍ନାଲାଲ ତାଙ୍କ ସ୍ତ୍ରୀ ଅନୀତାଙ୍କ ପେଟକୁ ଚିରି ଦେଇଥିଲେ । କାରଣ ସେ ଅନୀତାଙ୍କ ଗର୍ଭରେ ବଢ଼ୁ୍‌?ଥିବା ପିଲାଟି ପୁଅ କି ଝିଅ ତାହା ଜାଣିବାକୁ ଚାହିଁଥିଲେ । ଏହି ଲୋମଟାଙ୍କୁରା ଘଟଣାଟି ୨୦୨୦ ସେପ୍େଟମ୍ବରରେ ଘଟିଥିଲା ।

ଘଟଣା ଦିନ ଅନୀତା ତାଙ୍କ ଘରେ ଶୋଇଥିଲେ । ଏହି ସମୟରେ ସ୍ୱାମୀ ପନ୍ନାଲାଲ ମଦ୍ୟପାନ କରି ଘରେ ପହଞ୍ଚି ସ୍ତ୍ରୀଙ୍କ ସହ ଝଗଡା ଆରମ୍ଭ କରି ଦେଇଥିଲେ । ଏମିତି କି ତାଙ୍କ ପେଟକୁ ଚିରି ଦେଇଥିଲେ । ଏହି ଘଟଣାକୁ ନେଇ ଅନୀତା କହିଛନ୍ତି, ‘ମୁଁ ଏଯାବତ ୫ଜଣ ଝିଅଙ୍କୁ ଜନ୍ମ ଦେଇଛି । ତେଣୁ ୬ଷ୍ଠ ଥର ଅନ୍ତସତ୍ତ୍ୱା ହେଲାପରେ ସ୍ୱାମୀ ଗର୍ଭରେ ପୁଅ ନା ଝିଅ ଅଛି ଅନେକ ଥର ଜାଣିବାକୁ ଚେଷ୍ଟା କରିଥିଲେ । ଶେଷରେ ମୁଁ ଶୋଇଥିବା ବେଳେ ସେ ଏକ ଛୁରୀ ଆଣି ମୋ ପେଟ ଚିରି ଦେଇଥିଲେ । ପରିବାର ସଦସ୍ୟ ତୁରନ୍ତ ମୋତେ ଡାକ୍ତରଖାନା ନେଇ ଯାଇଥିଲେ, ସେଠାରେ ଡାକ୍ତର ମୋ ଜୀବନ ସିନା ବଞ୍ଚାଇ ଦେଇଥିଲେ କିନ୍ତୁ ମୋ ଗର୍ଭରେ ବଢ଼ୁଥିବା ପୁତ୍ର ସନ୍ତାନ ଆଖି ବୁଜି ଦେଇଥିଲା । ଏହି ଘଟଣାପରେ ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀଅଭିଯୁକ୍ତ ପନ୍ନାଲାଲଙ୍କୁ ଗିରଫ କରି ଜେଲକୁ ପଠାଇ ଦେଇଥିଲା । କୋର୍ଟଙ୍କ ଏହି ନିଷ୍ପତ୍ତିରେ ମୁଁ ବେଶ ଖୁସି ଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking