28.1 C
Bhubaneswar
Sunday, September 8, 2024
Homeଅପରାଧସ୍ତ୍ରୀ କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲେ ସ୍ୱାମୀ

ସ୍ତ୍ରୀ କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲେ ସ୍ୱାମୀ

ନୟାଗଡ : ସ୍ତ୍ରୀ କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲେ ସ୍ୱାମୀ । ପରକୀୟା ସନ୍ଦେହରେ ସ୍ତ୍ରୀଙ୍କୁ ଏପରି ବୀଭତ୍ସ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଆଜି ଅପରାହ୍ନରେ ଏମିତି ହୃଦୟବିଦାରକ ଘଟଣା ନୟାଗଡ଼ ଜିଲ୍ଲା ବାଣୀଗୋଚ୍ଛା ଥାନା ଅଞ୍ଚଳରେ ଘଟିଛି । ବାଣୀଗୋଚ୍ଛା ଥାନା ବିଡ଼ାପାଜୁ ଗାଁ ଅର୍ଜୁନ ବାଘ ଜଣେ ଶ୍ରମିକ । ପରିବାର କହିଲେ ପତ୍ନୀ ଜୁଲୀ ଓ ଆଉ ଦୁଇ ଛୁଆ । ବେଶ୍ ହସଖୁସିରେ ଚାଲୁଥିଲା ଅର୍ଜୁନଙ୍କ ପରିବାର । ହେଲେ ସେ ଏହାରି ଭିତରେ ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରୁଥିଲେ । ତାଙ୍କ ଅନୁପସ୍ଥିତିରେ ଜୁଲି, ତାଙ୍କ ପ୍ରେମିକଙ୍କ ପାଖକୁ ଯାଉଥିବା ସନ୍ଦେହ କରୁଥିଲେ ଅର୍ଜୁନ । ଯାହାକୁ ନେଇ ଅନେକ ସମୟରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା ।

ଆଜି ସକାଳେ ଅର୍ଜୁନ୍‌ କାମ କରିବା ପାଇଁ ଘରୁ ବାହାରିଥିଲେ । ଅପରାହ୍ନରେ ଘରକୁ ଫେରିଥିଲେ । ହେଲେ ପତ୍ନୀଙ୍କୁ ଘରେ ପାଇନଥିଲେ । ଚାରିଆଡ଼େ ଖୋଜା ଖୋଜି କରୁଥିବା ବେଳେ ଜୁଲି ଘରକୁ ଫେରିଥିଲେ । ତୁମେ କୁଆଡ଼େ ଯାଇଥିଲ ବୋଲି ଅର୍ଜୁନ ପଚାରି ଥିଲେ । ମାତ୍ର ସେ ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ । ଯାହାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଯୁକ୍ତିତର୍କ ଭିତରେ ଅର୍ଜୁନ ଏକ କଟୁରୀରେ ଜୁଲିଙ୍କ ବେକକୁ ଗୋଟିଏ ଚୋଟ ପକାଇଥିଲେ । ଯାହାଫଳରେ ଜୁଲି ତଳେ ପଡ଼ି ଯାଇଥିଲେ । ତା’ପରେ ଜୁଲିଙ୍କ ମୁଣ୍ଡ ଓ ଗଣ୍ଡି ଅଲଗା କରିଦେଇଥିଲେ ଅର୍ଜୁନ । ପରେ ଜୁଲିଙ୍କ କଟା ମୁଣ୍ଡକୁ ଏକ ବ୍ୟାଗରେ ପୁରାଇ ୩ କିମି ରାସ୍ତା ଚାଲି ଚାଲି ଥାନାରେ ପଞ୍ଚିଥିଲେ । ଆଉ ପୁଲିସ୍ ପାଖରେ ଆତ୍ମସମର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking