35.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶସ୍ତ୍ରୀକୁ ଏଚ୍‌ଆଇଭି ସଂକ୍ରମିତ କରାଇ ବାପଘରେ ଛାଡ଼ିଦେଲା ସ୍ୱାମୀ....

ସ୍ତ୍ରୀକୁ ଏଚ୍‌ଆଇଭି ସଂକ୍ରମିତ କରାଇ ବାପଘରେ ଛାଡ଼ିଦେଲା ସ୍ୱାମୀ….

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମେରଠରୁ ଚକିତ କରିବା ପରି ଏକ ଘଟଣା ସାମ୍ନାକୁ ଆସିଛି । ଜଣେ ମହିଳା ଅଭିଯୋଗ ଆଣିଛନ୍ତି ଯେ ବିବାହ ପୂର୍ବରୁ ତାଙ୍କ ସ୍ୱାମୀ ଏଚ୍‌ଆଇଭି ସଂକ୍ରମିତ ଥିବା ସତ୍ତ୍ୱେ ତାଙ୍କୁ ନଜଣାଇ ବାହା ହୋଇଛନ୍ତି । ଯାହାପରେ ମହିଳା ଜଣକ ଏବେ ଏଚ୍‌ଆଇଭି ସଂକ୍ରମଣର ଶିକାର ହୋଇଛନ୍ତି । କେବଳ ସେତିକି ନୁହେଁ, ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ଅଭିଯୁକ୍ତ ସ୍ୱାମୀ ତାଙ୍କୁ ତାଙ୍କ ବାପଘରେ ଛାଡ଼ି ଦେଇ ଯାଇଛନ୍ତି । ମହିଳାଙ୍କ ସଂପର୍କୀୟମାନେ ଅଭିଯୁକ୍ତ ଜ୍ୱାଇଁଙ୍କ ବିରୁଧରେ ଥାନାରରେ ଅଭିଯୋଗ ଆଣିଛନ୍ତି । ଏହି ମାମଲା ମେରଠର ପଲ୍ଲବପୁରମ୍ ଥାନାର । ଏଠାରେ ଜଣେ ବାପ ୨୦୨୧ ମସିହାରେ ନିଜ ଝିଅକୁ ବାହା ଦେଇଥିଲେ ।

ଝିଅର ବାପା ବାହାଘରରେ ୧୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ନିଜ ଝିଅ ଖୁସିରେ ରହିବ ଭାବି କନ୍ୟାଦାନ କରିଥିଲେ । ଏହାପରେ ବି କନ୍ୟାର ଶଶୁରଘର ଲୋକ ସନ୍ତୁଷ୍ଟ ନଥିଲେ । ସେମାନେ ବାରମ୍ବାର ଯୌତୁକ ପାଇଁ ବୋହୂ ଉପରେ ଚାପ ପକାଉଥିଲେ ବୋଲି ଅଭିଯୋଗ ହୋଇଛି । ସବୁକିଛି ପରେ ବି ନିଜ ପରିବାର ଲୋକଙ୍କ ପାଇଁ ଝିଅଟି ସବୁ ଚୁପ୍ ଚାପ୍ ସହି ଯାଉଥିଲା । ଦିନେ ଅଚାନକ ଜଣାପଡ଼ିଲା ଯେ ଝିଅଟି ଏଚ୍‌ଆଇଭି ସଂକ୍ରମିତ । ତାହା ପୁଣି ନିଜ ସ୍ୱାମୀଙ୍କ କାରଣରୁ । ଯାଞ୍ଚ୍ କରିବାରୁ ଜଣାପଡ଼ିଲା ଯେ ଅଭିଯୁକ୍ତ ଯୁବକ ଜଣକ ଏଚ୍‌ଆଇଭି ସଂକ୍ରମିତ ହୋଇ ମଧ୍ୟ ନିଜ ରୋଗକୁ ଲୁଚାଇ ବାହା ହୋଇଥିଲେ । ହେଲେ ଯେତେବେଳେ ତାଙ୍କ ପତ୍ନୀ ରୋଗରେ ପଡ଼ିଲେ ତ ସେ ତାଙ୍କୁ ମାର୍‌ଧର୍ କରି ଆଣି ବାପଘରେ ଛାଡ଼ି ଦେଇ ଯାଇଥିବା ଝିଅର ବାପା ପୁଲିସ୍‌ରେ ଅଭିଯୋଗ ଆଣିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking