28.1 C
Bhubaneswar
Monday, October 21, 2024
Homeଅପରାଧସ୍ତ୍ରୀକୁ ମାରି ଜଙ୍ଗଲରେ ଫୋପାଡ଼ି ଦେଲା ସ୍ୱାମୀ

ସ୍ତ୍ରୀକୁ ମାରି ଜଙ୍ଗଲରେ ଫୋପାଡ଼ି ଦେଲା ସ୍ୱାମୀ

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ଥାନା ବି. ଡକେବାଡ଼ି ନିକଟ ବଡ଼ଧାଡ଼ି ଗାଁ ରେ ସ୍ତ୍ରୀକୁ ମାରି ଜଙ୍ଗଲରେ ଫିଙ୍ଗିଦେଇଛି ଜଘନ୍ୟ ସ୍ୱାମୀ । ମୃତକ ଜଣକ ହେଲେ ବଡ଼ଧାଡ଼ି ଗ୍ରାମର ସାନ୍ତନା ନାୟକ ବୋଲି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି । ପୋଲିସ ସୂଚନା ପ୍ରକାରେ ବରଧାଡ଼ି ଗ୍ରାମର ମିଥୁନ ପ୍ରଧାନଙ୍କ ସ୍ତ୍ରୀ ସାନ୍ତନା ନାୟକ ଗତ ମଙ୍ଗଳବାର ଠାରୁ ନିଖୋଜ ଥିଲେ । ପରିବାର ଲୋକ ଖୋଜାଖୋଜି କରିବା ପରେ ଗୁରୁବାର ଗ୍ରାମ ନିକଟ ଅରିବାଲି ପାହାଡ଼ରେ ମୃତ ଶରୀର ଦେଖିବାକୁ ପାଇଥିଲେ ।

ପୋଲିସ ସୂଚନା ପାଇ ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର, ଏ. ଏସ ଆଇ ସୁବାସ ଚନ୍ଦ୍ର ବାୟକ ପୋଲିସ ଫୋର୍ସ ସଦଳବଳେ ମିଥୁନ ପ୍ରଧାନଙ୍କ ଘରେ ପହଞ୍ଚି ତଦନ୍ତ କରିବା ବେଳେ ମିଥୁନ ନିଜ ସ୍ତ୍ରୀ କୁ ବେକକୁ ଗାମୁଛାରେ ଗୁଡ଼ାଇ ତଣ୍ଟି ଚିପି ହତ୍ୟା କରି ଘର ନିକଟରେ ଥିବା ଅରିବାଲି ପାହାଡ଼କୁ ଘୋଷାଡ଼ି ଘୋଷାଡ଼ି ନେଇ ଫୋପାଡ଼ି ଦେଇଥିବା ନେଇ ସ୍ୱୀକାର କରିଥିଲା । ସୂଚନା ମୁତାବକ ମିଥୁନ ୭ ବର୍ଷ ପୂର୍ବେ ସାନ୍ତନାକୁ ପ୍ରେମ ବିବାହ କରିଥିବା ବେଳେ ତାଙ୍କର ଏକ ୭ ବର୍ଷର ପୁଅ ରହିଛି । ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାଡ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ପୋଲିସ । ତେବେ ହତ୍ୟାର କାରଣ ଜଣାପଡ଼ିନାହିଁ । ଏନେଇ ଦାରିଙ୍ଗବାଡ଼ି ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପୋଲିସ ଅଭିଯୁକ୍ତ ସ୍ୱାମୀ ମିଥୁଚୁ ଥାନାରେ ଅଟକ ରଖି ଅଧିକ ପଚରା ଉଚରା କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking