35.1 C
Bhubaneswar
Wednesday, April 23, 2025
Homeଦେଶ ବିଦେଶସ୍ତ୍ରୀ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସ୍ୱାମୀ

ସ୍ତ୍ରୀ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଲେ ସ୍ୱାମୀ

ନୂଆଦିଲ୍ଲୀ: ଗୁଜୁରାଟର ସୁରଟରେ ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି । ପୋଲିସ ଉକ୍ତ ବ୍ୟକ୍ତିଙ୍କ ଅଭିଯୋଗ ରୁଜୁ ନକରିବାରୁ ସେ ସ୍ଥାନୀୟ ଅଦାଲତର ଦ୍ୱାରସ୍ଥ ହୋଇଥିଲେ । ଅଦାଲତରେ ପୀଡିତ ସ୍ୱାମୀ ଉଲ୍ଳେଖ କରି କହିଛନ୍ତି, ମୁଁ ଧୋକା ଖାଇଛି, ସ୍ତ୍ରୀର ଅତିତ ବିଷୟରେ କିଛି ନଜାଣି ମୁଁ ତା ସହ ଶାରୀରିକ ସମ୍ପର୍କ ରଖିଛି । ଆଉ ସେ ବି ମୋତେ ଶାରୀରିକ ସମ୍ପର୍କ ପାଇଁ ବାରମ୍ବାର ବାଧ୍ୟ କରିଥିଲା । ଏହା ମୋ ସହ ଦୁଷ୍କର୍ମ ହୋଇଥିବା ମୁଁ ଦାବିର ସହ କହିବି ।

ସୂଚନାଯୋଗ୍ୟ, ଦମ୍ପତିଙ୍କ ବିବାହକୁ ୧୦ ବର୍ଷ ହୋଇଥିବା ବେଳେ ଦୁହିଁଙ୍କର ଦୁଇଟି ପିଲା ରହିଛନ୍ତି । ପୀଡିତ ସ୍ୱାମୀ ଅଦାଲତଙ୍କୁ କହିଛନ୍ତି କି, ମୋର ସ୍ତ୍ରୀ ପୂର୍ବରୁ ବିବାହିତ ଏ କଥାକୁ ସେ ମୋତେ ଲୁଚାଇଥିଲା । ତାର ପୂର୍ବ ସ୍ୱାମୀ ବି ଅଛନ୍ତି ବୋଲି ମୁଁ ଜାଣିବାକୁ ପାଇଛି । ଏହି ଘଟଣା ସେତେବେଳେ ଅଧିକ ବିଗିଡ଼ି ଯାଇଥିଲା ଯେତେବେଳେ ପୀଡିତ ତାଙ୍କ ପିଲା ଦ୍ୱୟଙ୍କ ଡିଏନଏ ପରୀକ୍ଷା କରାଇଥିଲେ ।

ଦୁଇଜଣ ସନ୍ତାନଙ୍କ ଡିଏନଏ ରିପୋର୍ଟ ତ ଆସିଥିଲା । କିନ୍ତୁ ଏହି ରିପୋର୍ଟ ଦେଖି ପୀଡିତ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ପିଲାଙ୍କ ଡିଏନଏ ରିପୋର୍ଟ ମହିଳାଙ୍କ ପୂର୍ବତନ ସ୍ୱାମୀ ଓ ଏବେର ସ୍ୱାମୀ କାହାରି ସହିତ ମେଳ ଖାଇ ନଥିଲା । । ଆର୍ଥାତ ଏହି ଦୁଇଜଣ ପିଲାଙ୍କ ବାପା ଆଉ କିଏ ଥିବା ଜଣାପଡ଼ିଲା । ଏହି ଘଟଣା ପରେ ପୀଡିତ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ି ଅଦାଲତଙ୍କୁ ନ୍ୟାୟ ଭିକ୍ଷା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking