30.1 C
Bhubaneswar
Saturday, May 4, 2024
Homeଟେଲି ଦୁନିଆହଲିଉଡ୍ ଦମ୍ପତିଙ୍କ ୩୫ ନିୟୁତ ଡଲାର ସହାୟତା : କୃତଜ୍ଞତା ଜଣାଇଲେ ଜେଲେନ୍‌ସ୍କି

ହଲିଉଡ୍ ଦମ୍ପତିଙ୍କ ୩୫ ନିୟୁତ ଡଲାର ସହାୟତା : କୃତଜ୍ଞତା ଜଣାଇଲେ ଜେଲେନ୍‌ସ୍କି

ୱାଶିଂଟନ: ରୁଷ୍ ଆକ୍ରମଣକୁ ଦୀର୍ଘ ୨୬ ଦିନ ଧରି ମୁକାବିଲା କରିଆସୁଥିବା ୟୁକ୍ରେନ୍ ବର୍ତ୍ତମାନ ଘୋର ଆର୍ôଥକ ସଙ୍କଟର ସମ୍ମୁଖୀନ ହେବାରେ ଲାଗିଛି । ଏହି ପରିପ୍ରେକ୍ଷୀରେ ଦେଶର ଅର୍ଥନୀତିକୁ କିଛିମାତ୍ରାରେ ସୁଧାରିବାକୁ ଆମେରିକାରେ ବାସ କରୁଥିବା ହଲିଉଡ୍ ଦମ୍ପତି ଆଷ୍ଟନ କୁଚର ଓ ପତ୍ନୀ ମିଲା କୁନିସ୍ ବିଭିନ୍ନ ସୂତ୍ରରୁ ୩୫ ନିୟୁତ ଡଲାର ଯୋଗାଡ କରି ୟୁକ୍ରେନ୍ ସରକାରଙ୍କ ନିକଟକୁ ପଠାଇଛନ୍ତି । ଏହି ଅବସରରେ ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଡୋମୀର ଜେଲେନ୍‌ସ୍କି ଟ୍ୱିଟ୍ କରି ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ୟୁକ୍ରେନ୍‌ରୁ ପଳାୟନ କରିଥିବା ଶରଣାର୍ଥୀଙ୍କ ପାଇଁ ଏହି ଅର୍ଥ ଖର୍ଚ୍ଚ କରିବାକୁ ସେମାନେ ଅନୁରୋଧ କରିଛନ୍ତିି । ସୂଚନାଯୋଗ୍ୟ ମିଲା ୧୯୮୩ରେ ୟୁକ୍ରେନ୍‌ର ଚେର୍ନିଭ୍‌ତ୍ସି ସହରରେ ଜନ୍ମଗ୍ରହଣ କରିଥିବାବେଳେ ଆମେରିକା ନିବାସୀ ଆଷ୍ଟନଙ୍କୁ ବିବାହ କରି ସେଠାରେ ବସବାସ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking