31.1 C
Bhubaneswar
Sunday, May 19, 2024
Homeଓଡିଶାବ୍ଲାକ୍ ରୋଜ୍ ବୁଡି ମାମଲାର ଅନ୍ତ କଲେ ହାଇକୋର୍ଟ

ବ୍ଲାକ୍ ରୋଜ୍ ବୁଡି ମାମଲାର ଅନ୍ତ କଲେ ହାଇକୋର୍ଟ

କଟକ: ବ୍ଲାକ୍ ରୋଜ୍ ଜାହାଜ ବୁଡିକୁ ନେଇ ରୁଜୁ କରାଯାଇଥିବା ଜନହିତ ମାମଲାର ଅନ୍ତ କରିଛନ୍ତି ହାଇକୋର୍ଟ । ଆବେଦନକାରୀ ସର୍ବେଶ୍ୱର ବେଉରାଙ୍କ ପକ୍ଷରୁ ରୁଜୁ ମାମଲାର ଅନ୍ତ କରିଛନ୍ତି ମୁଖ୍ୟ ବିଚାରପତି ଡ. ଏସ୍‌. ମୁରଲୀଧର୍ ଓ ବିଚାରପତି ବି.ପି. ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ । ତେବେ ଆବେଦନକାରୀ ଚାହିଁଲେ ଏ ସମ୍ପର୍କରେ ପୁଣି ଏକ ସାନି ଆବେଦନ କରିପାରିବେ ବୋଲି ହାଇକୋର୍ଟ କହିଛନ୍ତି । ପ୍ରକାଶଥାଉକି ବିଦେଶୀ ଜାହାଜ ବ୍ଲାକ୍ ରୋଜ୍ ୨୦୦୯ ମସିହାରେ ପାରାଦ୍ୱୀପ ବନ୍ଦରରେ ବୁଡିଯାଇଥିଲା । ବ୍ଲାକ୍ ରୋଜ୍ ବୁଡିବା ଫଳରେ ଘଟଣାସ୍ଥଳରେ ମୁଖ୍ୟ ଯନ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲାବେଳେ ଅନ୍ୟମାନଙ୍କୁ ଉଦ୍ଧାର କରାଯାଇଥିଲା ।

ତେବେ ଏହି ଜାହାଜର ବୀମା ନଥିବା ସହ ଏହା ନିର୍ଦ୍ଧାରିତ ପରିମାଣଠାରୁ ଅଧିକ ସାମଗ୍ରୀ ପରିବହନ କରୁଥିଲା । ଏହାକୁ ନେଇ ଆବେଦନକାରୀ ଗୁରୁ ମହାନ୍ତି, ସର୍ବେଶ୍ୱର ବେଉରା ଓ ଅନ୍ୟମାନଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । ଆଗତ ମାମଲାରେ ବ୍ଲାକ୍ ରୋଜ୍‌ରୁ ନିର୍ଗତ ତେଲ ପରିବେଶ ଉପରେ କୁପ୍ରଭାବ ପକାଇବା ସହିତ ସାମୁଦ୍ରିକ ଜୀବମାନଙ୍କର ଅନିଷ୍ଟ କରିବ ବୋଲି କୁହାଯାଇଥିଲା । ଏହି ମାମଲାରେ ରାଜ୍ୟ ସରକାର, କେନ୍ଦ୍ର ସରକାର, ପାରାଦ୍ୱୀପ୍ ପୋର୍ଟ ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଥିଲା । ବ୍ଲାକ୍ ରୋଜ ଉଦ୍ଧାର କରିବା କାର୍ଯ୍ୟରେ ହାଇକୋର୍ଟ ରାଜ୍ୟ ସରକାର, କେନ୍ଦ୍ର ସରକାର, ପାରାଦ୍ୱୀପ୍ ପୋର୍ଟ କର୍ତ୍ତୃପକ୍ଷଙ୍କୁ ସାହାଯ୍ୟ କରିବାକୁ ଆଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking