ଭୁବନେଶ୍ୱର : ‘ତୁମେ ମତେ ରକ୍ତ ଦିଅ ମୁଁ ତୁମକୁ ସ୍ୱାଧୀନତା ଦେବୀ’ ଏହି ନାରା ଆମେ ସମସ୍ତେ ଶୁଣିଛେ । ଏହି ନାରା ଦେଶର ସ୍ୱାଧୀନତା ସଂଗ୍ରାମ ସମୟରେ ଲୋକମାନଙ୍କ ମଧ୍ୟରେରେ ଏକ ନୂଆ ଆଶା ଭରି ଦେଇଥିଲା । ସ୍ୱାଧୀନତାର ସଂଗ୍ରାମରେ କଥା ଉଠାଇଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମକ ସବୁଠାରୁ ଆଗରେ ଆସେ । ନେତାଜୀ କେବଳେ ଜଣେ ବ୍ୟକ୍ତିଙ୍କ ନାଁ ନୁହଁ ଏହି ନାଁ ହେଉଛି ସେହି ବୀର ପୁରୁଷଙ୍କର ଯାହାଙ୍କ ରକ୍ତରେ କେବଳ ଦେଶ ପ୍ରେମ ବୋହୁଥିଲା । ଏପଟେ ଗାନ୍ଧିଜୀ ଅଂହିସା ସହିତ ସ୍ୱାଧୀନତାର ସଂଘର୍ଷ କରୁଥିଲେ ଅନ୍ୟପଟେ ସୁଭାଷ ଚନ୍ଦ୍ର ବୋଷ ଏହି ଅଂହିସା ନିତୀରେ ସହମତ ନଥିଲେ ।
ସୁଭାଷ ଚନ୍ଦ୍ର ବୋଷ ସ୍ୱାଧୀନତା ସମୟରେ ନା ଇଂରେଜ ସରକାରଙ୍କ ଆଗରେ ମୁଣ୍ଡ ନୁଆଁଇ ଥିଲେ ନାଁ କେବେ ହାର ମାନିଥଲେ । ନେତାଜୀଙ୍କ ସମ୍ପୁର୍ଣ୍ଣ ଜୀବନ ବିଭିନ୍ନ ରହସ୍ୟରେ ଭରି ରହିଛି । ଯାହାର ଆଜି ମଧ୍ୟ ସତ୍ୟତା ଜଣା ପଡ଼ିନାହିଁ । ନେତାଜୀଙ୍କ ଜନ୍ମ ୨୩ ଜାନୂଆରୀ ୧୮୯୭ ରେ ଓଡ଼ିଶାର କଟକ ସହରରେ ହୋଇଥିଲା । ପିତାଙ୍କ ନାମ ଜାନକୀ ନାଥ ବୋଷ ଓ ମାତା୍ଙ୍କ ନାମ ପ୍ରଭବତୀ ଥିଲା । ପିତା କଟକ ସହରର ପ୍ରସିଦ୍ଧ ଓକିଲ ଥିଲେ । ନେତାଜୀ କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡ଼ିଗ୍ରୀ ଶେଷ କରି ୧୯୧୯ ରେ ଭାରତୀୟ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତ ହେବା ପାଇଁ ଇଂଲଣ୍ଡ ଯାଇଥିଲେ । ସେ ଏହି ପରୀକ୍ଷା ପାଇଁ ୧୯୨୦ରେ ଆବେଦନ କରିଥିଲେ ଓ ଏହି ପରିକ୍ଷାରେ ୪ର୍ଥ ସ୍ଥାନରେ ପାଇଥିଲେ । କିନ୍ତୁ ସେ ଇଂରେଜ ମାନଙ୍କ ଅଧୀନରେ କାର୍ଯ୍ୟ କରିବାକୁ ଚାହୁଁନଥିଲେ । ସେଥିପାଇଁ ସେ ୨୨ ଏପ୍ରିଲକୁ ୧୯୨୧ରେ ଏହି ପଦରୁ ଇସ୍ତଫା ଦେଇଦେଇଥିଲେ । ନେତାଜୀ ୨୦ ଜୁଲାଇ ୧୯୨୧ରେ ପ୍ରଥମ ଥର ପାଇଁ ଗାନ୍ଧୀଜୀଙ୍କ ଭେଟିଥିଲେ । ଗାନ୍ଧିଜୀଙ୍କ ଅନୁମତି କ୍ରମେ ନେତାଜୀ ଭାରତର ସ୍ୱାଧୀନତା ସଂଗ୍ରାମ ପାଇଁ କାର୍ଯ୍ୟ କରିବା ଆରମ୍ଭ କରିଥିଲେ । ଭାରତର ସ୍ୱାଧତନତା ସଂଗ୍ରାମରେ ଯୋଗ ଦେବା ସହିତ ସେ ସାମାଜିକ କାର୍ଯ୍ୟ ମଧ୍ୟ କରୁଥିଲେ । ନେତାଜୀଙ୍କ ନିଜ ଜୀବନରେ ମୋଟ ୧୨ ଥର କାରାବାସ ହୋଇଥିଲା । ସେହି ବନ୍ଦି ମାନଙ୍କ ସହ ମିଶି ସୁଭାଷ ଚନ୍ଦ୍ର ବୋଷ ଆଜାଦ ହିନ୍ଦ ଫୌଜ ଗଢିଥିଲେ ।
ସେ ନିଜ ପୁସ୍ତକକୁ ଟାଇପ କରିବା ପାଇଁ ଏକ ଟାଇପିସ୍ଟକୁ ରଖିଥିଲେ । ଯାହାଙ୍କ ନାମ ଆମିଲିସିକେଲ ଥିଲା । ୧୯୪୨ରେ ନେତାଜୀ ଆମିଲିସିକେଲଙ୍କୁ ବିବାହ କରିଥିଲେ । ୧୮ ଅଗଷ୍ଟ ୧୯୪୫କୁ ସୁଭାଷ ଚନ୍ଦ୍ର ବୋଷ ବିମାନ ଯୋଗେ ମଞ୍ଚୁରିଆ ଯାଉଥିଲେ । କୁହାଯାଏ ଏହି ବିମାନ ଦୁର୍ଘଟଣା ଗସ୍ତ ହୋଇଥିଲା । ସେଥିରେ ସୁଭାଷ ଚନ୍ଦ୍ର ବୋଷଙ୍କ ର ମୃତ୍ୟୁ ହୋଇଥିଲା । କିନ୍ତୁ କିଛି ଲୋଙ୍କ ଙ୍କ କହିବା ଅନୁସାରେ ସେହି ଦୁର୍ଘଟଣା ମିଛ ଥିଲା ଓ ତାଙ୍କ ମୃତ୍ୟୁ ସେହି ବିମାନ ଦୁର୍ଘଟଣାରେ ହୋଇନଥିଲା ।