ଥାଣେ : ମହାରାଷ୍ଟ୍ରର ଏକ ଅଦାଲତ ଶନିବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଗତ ଏକ ମାନହାନି ମୋକଦ୍ଦମାର ଶୁଣାଣିକୁ ଏପ୍ରିଲ ୧କୁ ଘୁଞ୍ଚାଇ ଦେଇଛନ୍ତି । ୨୦୧୪ରେ ଥାଣେରେ ଏକ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବା ସମୟରେ ରାହୁଲ କହିଥିଲେ ଯେ ମହାତ୍ମା ଗାନ୍ଧୀଙ୍କ ହତ୍ୟା ପଛରେ ଆରଏସ୍ଏସ୍ର ହାତ ଥିଲା । ଏହାପରେ ଥାଣେର ରାଜେଶ କୁନ୍ତେ ନାମକ ଜଣେ ଆରଏସ୍ଏସ୍ କର୍ମୀ ରାହୁଲଙ୍କ ବିରୋଧରେ ଏହି ମାନହାନି ମାମଲା ଦାଏର କରିଥିଲେ । ଜଣେ ଲୋକସଭା ସାଂସଦ ହେବାସହିତ ଦିଲ୍ଲୀରେ ବାସ କରୁଥିବାରୁ ବାରମ୍ବାର ଏହି ମାମଲାରେ ଥାଣେ କୋର୍ଟରେ ହାଜର ହେବା ତାଙ୍କ ପକ୍ଷରୁ ଅସମ୍ଭବ ହୋଇପଡୁଛି । ଏହି ପରିପ୍ରେକ୍ଷୀରେ ଆବଶ୍ୟକ ପଡିଲେ, ତାଙ୍କ ଓକିଲ ନାରାୟଣ ଆୟାର କୋର୍ଟରେ ହାଜର ହେବେ ବୋଲି ରାହୁଲ ଅଦାଲତଙ୍କୁ ଜଣାଇଛନ୍ତି।