30.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶ୨୨ରେ ହେବ ରାହୁଲଙ୍କ ବିରୋଧରେ ମାନହାନି ମାମଲାର ଶୁଣାଣି

୨୨ରେ ହେବ ରାହୁଲଙ୍କ ବିରୋଧରେ ମାନହାନି ମାମଲାର ଶୁଣାଣି

ନୂଆଦିଲ୍ଲୀ: ୨୦୧୮ ମସିହାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଗତ ହୋଇଥିବା ଏକ ମାନହାନୀ ମୋକଦ୍ଦମାର ଶୁଣାଣି ଆସନ୍ତା ୨୨ ତାରିଖରେ ହେବ । ପ୍ରକାଶ, କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ ଏକ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗକ୍ରମେ ବିଜେପି ନେତା ବିଜୟ ମିଶ୍ର, ରାହୁଲ ଗାନ୍ଧୀଙ୍କ ବିରୋଧରେ ଏହି ମାନହାନୀ ମୋକଦ୍ଦମା ରୁଜୁ କରାଇଥିଲେ । ୨୦୧୮ ଅଗଷ୍ଟ ୪ ତାରିଖରେ ସୁଲତାନପୁରରେ ସେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଜାମିନ୍ ବିହୀନ ପରୱାନା ଜାରି କରିବାକୁ କୋର୍ଟରେ ଆବେଦନ କରିଥିଲେ । ତେବେ ବର୍ତ୍ତମାନ ସମୟରେ ବିଚାରପତି ଛୁଟିରେ ଥିବାରୁ ଶୁଣାଣି ତାରିଖ ଏପ୍ରିଲ୍ ୨୨ ତାରିଖ ପାଇଁ ଧାର୍ଯ୍ୟ କରାଯାଇଛି । ପ୍ରକାଶ, ୨୦୧୮ ସମୟରେ ଶାହା ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନିର୍ବାହ କରୁଥିବା ବେଳେ ରାହୁଲ କହିଥିଲେ ବିଜେପିର ସଭାପତି ଜଣେ ହତ୍ୟା ଅଭିଯୁକ୍ତ । କିନ୍ତୁ ୨୦୧୪ରେ ଶାହାଙ୍କୁ ସ୍ୱତନ୍ତ୍ର ସିବିଆଇ କୋର୍ଟ ଉକ୍ତ ହତ୍ୟାକାଣ୍ଡ ଘଟଣାରେ କ୍ଲିନ୍‌ଚିଟ୍ ଦେଇସାରିଥିଲେ । ତେବେ ଏହି ମାମଲାର ପୂର୍ବରୁ ମଧ୍ୟ ଶୁଣାଣି ହୋଇସାରଛି ଏବଂ ଗତ ଡିସେମ୍ବରରେ କୋର୍ଟ ରାହୁଲ ଗାନ୍ଧୀଙ୍କ ବିରୋଧରେ ୱାରେଣ୍ଟ ଜାରି କରିଥିଲେ । ନିର୍ଦ୍ଧାରିତ ତାରିଖରେ କୋର୍ଟରେ ଉପସ୍ଥିତ ରହିବା କାରଣରୁ ରାହୁଲଙ୍କୁ ଜାମିନ୍ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking