37.1 C
Bhubaneswar
Saturday, May 18, 2024
Homeଓଡିଶାହକରମାନଙ୍କ ବେଉସା ସଂକଟରେ

ହକରମାନଙ୍କ ବେଉସା ସଂକଟରେ

ରାଉରକେଲା : ହକର ମାନଙ୍କ ବେଉସା ସଂକଟରେ । ରାତି ପାହି ସକାଳ ହେଲେ ଚା ପିଆଲା ସହ ହାତରେ ଶୋଭାପାଏ ଖବରକାଗଜ । ପୀଢ଼ି ପରେ ପିଢୀ ଏହି ବୃତ୍ତିରେ ହକରମାନେ ଖବର କାଗଜ ବିତରଣ କରିଚାଲିଛନ୍ତି । ଅପରପକ୍ଷରେ ସୋସିଆଲ ମିଡ଼ିଆ ପ୍ରଭାବରେ ଏବେ ଏକ ପ୍ରକାର କୋମାରେ । ସେମାନଙ୍କ ପରିବାର ପୋଷିବା ମଧ୍ୟ ଏକ ପ୍ରକାର କଷ୍ଟକର ହୋଇ ପଡ଼ିଲାଣି ।  ଓଡିଶାର ପ୍ରତି ସହରରେ ଏବେ ସେହି ଅବସ୍ଥା ରାଉରକେଲା ସହର ମଧ୍ୟ ଏଥିରୁ ବାଦ ପଡି ନାହିଁ । ଖବରକାଗଜ ପାଠକମାନଙ୍କ ସଂଖ୍ୟା କମିବା ତଥା ସୋସିଆଲ ମିଡ଼ିଆ ପ୍ରତି ଲୋକଙ୍କ ଆକର୍ଷଣ । ଏହାର ମୁଖ୍ୟ କାରଣ ବୋଲି କୁହାଯାଇ ପାରେ ତଥାପି ରାଉରକେଲା ସହରରେ ୫୦୦ରୁ ବେଶୀ ହକର ଏହି ବୃତ୍ତି ରେ ସଂଗ୍ରାମ ଜାରି ରଖିଛନ୍ତି । ତାହା ମଧ୍ୟରୁ ବହୁ ସିନିୟର ସିଟିଜେନମାନେ ଖରା ବର୍ଷା ଓ ଶୀତରେ ସାଇକେଲ ପେଲି ଖବର କାଗଜ ବାଣ୍ଟି ଚାଲିଛନ୍ତି । ନା  ମିଳୁଛି ଏମାନଙ୍କୁ ସରକାରୀ ସହାୟତା ନା ଅନୁକମ୍ପା ତାଙ୍କ ପରିବାର ପାଇଁ ସରକାର କିଛି ଯୋଜନା କଲେ ତାହା ଫଳପ୍ରଦ ହୋଇପାରନ୍ତା ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking