ଉତ୍ତରପ୍ରଦେଶ : ରବିବାର ଏକ ହୃଦୟ ବିଦାରକ ଘଟଣାରେ ଉତ୍ତରପ୍ରଦେଶର ଆଗ୍ରାର ତାଜମହଲ ନିକଟରେ ଥିବା ଏକ ମସଜିଦ କମ୍ପ୍ଲେକ୍ସରେ ଦେଖିବାକୁ ମିଳିଛି । ଜଣେ ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ ମିଳିଥିଲା। ସୂଚନା ଅନୁଯାୟୀ, ତାଜମହଲ ନିକଟ ତାଜଗଞ୍ଜ କ୍ଷେତ୍ର ନିକଟରେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବା ନେଇ ପୁଲିସ୍କୁ ପ୍ରଥମେ ସୂଚନା ମିଳିଥିଲା। କିଛି ଲୋକେ ନମାଜ ପାଠ କରିବାକୁ ସେଠାରେ ପହଞ୍ଚିଥିବା ବେଳେ ସେମାନେ ଯୁବତୀଙ୍କ ଅର୍ଦ୍ଧ ଉଲଗ୍ନ ରକ୍ତାକ୍ତ ମୃତଦେହ ଦେଖିଥିଲେ। ଏନେଇ ସେମାନେ ତୁରନ୍ତ ପୁଲିସ୍କୁ ସୂଚନା ଦେଇଥିଲେ। ପୁଲିସ୍ ସୂଚନା ମୁତାବକ ଯୁବତୀଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଥିବା ବେଳେ ମୁହଁକୁ ଛେଚି ଦିଆଯାଇଛି। ବଳାତ୍କାର ପରେ ତାଙ୍କ ଚିହ୍ନଟ ଯେପରି ନ ହୋଇ ପାରିବ ସେଥିନିମନ୍ତେ ମୁହଁକୁ ଛେଚି ଦିଆଯାଇଥିବା ପୁଲିସ୍ ଅନୁମାନ କରୁଛି। ପୋଲିସର ସୂଚନାନୁସାରେ, ତାଜଗଞ୍ଜ ପୋଲିସ ଷ୍ଟେସନ ଅଧୀନରେ ଥିବା ନାଗଲା-ପାଏମା ରାସ୍ତାରେ ଅବସ୍ଥିତ ମସଜିଦରେ ନାବାଳିକାକୁ ହତ୍ୟା କରାଯାଇଥିଲା। ଡିସିପି ସିଟି ସୁରଜ ରାୟ କହିଛନ୍ତି ଯେ ଝିଅଟିର ପରିଚୟ ଏପର୍ଯ୍ୟନ୍ତ ଜଣାପଡି ନାହିଁ ଏବଂ ତାଙ୍କ ବୟସ ୨୫-୨୬ ବର୍ଷ ମଧ୍ୟରେ । ସେ କହିଛନ୍ତି, “ଫୋରେନସିକ୍ ଟିମ୍ ଘଟଣାସ୍ଥଳରୁ ସମସ୍ତ ପ୍ରମାଣ ସଂଗ୍ରହ କରିଛନ୍ତି। ଏହା ସହିତ ଅଭିଯୁକ୍ତକୁ ଖୋଜିବା ପାଇଁ ଏକ ପୋଲିସ ଟିମ୍ ନିୟୋଜିତ କରାଯାଇଛି। ଅଭିଯୁକ୍ତଙ୍କୁ ଖୋଜିବା ଏବଂ ଚିହ୍ନଟ କରିବା ପାଇଁ ସିସିଟିଭି କ୍ୟାମେରାର ଫୁଟେଜ ଯାଞ୍ଚ ମଧ୍ୟ କରାଯାଉଛି। ” ମୃତଦେହ ଉଦ୍ଧାର ହେବା ପରେ ପୋଲିସ ଆଇପିସିର ସମ୍ପୃକ୍ତ ବିଭାଗ ଅଧୀନରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।