35.5 C
Bhubaneswar
Monday, June 22, 2026
Homeଦେଶ ବିଦେଶମୁସଲିମ ଧର୍ମାବଲମ୍ବୀଙ୍କ ବଡ଼ ପର୍ବ ମହରମ

ମୁସଲିମ ଧର୍ମାବଲମ୍ବୀଙ୍କ ବଡ଼ ପର୍ବ ମହରମ

ନୂଆଦିଲ୍ଲୀ : ଆଜି ତ୍ୟାଗ ଓ ବଳିଦାନର ପର୍ବ ମହରମ। ମୁସଲିମ ଧର୍ମାବଲମ୍ବୀଙ୍କ ବଡ଼ ପର୍ବ। ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ପୁରପଲ୍ଲୀ । ମୁସଲିମ ଧର୍ମାବଲମ୍ବୀମାନେ ତ୍ୟାଗ ଓ ବଳିଦାନକୁ ଗୁରୁତ୍ୱ ଦେଇ ଏହି ପର୍ବକୁ ପାଳନ କରିଥାନ୍ତି । ଏହି ପର୍ବରେ ମୁସଲିମ ଧର୍ମାବଲମ୍ବୀମାନେ ତାଜିଆ ଶୋଭାଯାତ୍ରା ବା କାଫେଲା ଶୋଭାଯାତ୍ରା କରିଥାନ୍ତି । ମହରମ ପାଇଁ ସବୁଆଡେ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲାବେଳେ ଭାଇଚାରାର ସହର ଭଦ୍ରକରେ ମଧ୍ୟ ମହରମ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସହରରେ ଫ୍ଲାଗ ମାର୍ଚ୍ଚ କରିଛି ପୋଲିସ । ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ଏପରିକି ସୋସିଆଲ ମିଡ଼ିଆରେ ମନ୍ତବ୍ୟ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି ।ଏଠାରେ ମହାରମ ପର୍ବକୁ ଶାନ୍ତି, ଶୃଙ୍ଖଳାର ସହିତ ସମାପିତ କରିବା ପାଇଁ ଜିଲ୍ଲାବାସୀଙ୍କୁ ଏସପି ନିବେଦନ କରିଛନ୍ତି। ସେହିପରି ଅନ୍ୟସହର ମାନଙ୍କରେ ମଧ୍ୟ ମହରମକୁ ଶାନ୍ତି ଶୃଙ୍ଖଳାରେ ତୁଲାଇବା ପାଇଁ ବ୍ୟାପକ ପୋଲିସ ମୁତୟନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking