29.1 C
Bhubaneswar
Tuesday, July 15, 2025
Homeଓଡିଶାଖୋଳା ଗାତରେ ପଡି ଫସିଯାଇଥିଲା ନାବାଳିକା

ଖୋଳା ଗାତରେ ପଡି ଫସିଯାଇଥିଲା ନାବାଳିକା

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ସଦର ବ୍ଲକ କଲୋନୀରେ ବିଦ୍ୟୁତ ଖୁଣ୍ଟ ପାଇଁ ଖୋଳା ଯାଇଥିବା ଗାତରେ ପଡି ଫସିଯାଇଥିଲା ନାବାଳିକା । ଘଣ୍ଟା ଘଣ୍ଟା ଉଦ୍ୟମ ପରେ ନାବାଳିକାକୁ ଉଦ୍ଧାର କରିଛନ୍ତି ଦମକଳ ବାହିନୀ । ଉଦ୍ଧାର ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ସ୍ଵାସ୍ଥ୍ୟାବସ୍ଥା ଉପରେ ଦୃଷ୍ଟି ରଖାଯାଇଛି ।

ସୂଚନା ମୁତାବକ, ବିଦ୍ୟୁତ ଖୁଣ୍ଟ ପଡିବାକୁ ଗାତ ଖୋଳାଯାଇଥିଲା । ଖେଳିବା ସମୟରେ ୮ବର୍ଷର ଝିଅ ଗାତ ଭିତରେ ପଡିଯାଇଥିଲା । ହେଲେ ବାହାରିପାରିନଥିଲା । ତା”ର ପାଟିଶୁଣି ଘର ଲୋକ ଆସିଥିଲେ ବି ନାବାଳିକାର ଗୋଡ ଅସୁବିଧାରେ ରହିଥିବାରୁ ତାକୁ ଉଦ୍ଧାର କରିବା କଷ୍ଟକର ହୋଇଥିଲା ।ତେବେ ଖବର ପାଇ ମାଥିଲି ଦମକଳ ବାହୀନି ଘଟଣାସ୍ଥଳରେ ପହଞ୍ଚି ନାବାଳିକା କୁ ପ୍ରାୟ ୧ ଘଣ୍ଟା ରୁ ଅଧିକ ସମୟ ଧରି ଉଦ୍ଧାର କାର୍ଯ୍ୟ ଜାରି ରଖି ନାବାଳିକା କୁ ଉଦ୍ଧାର କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking