31.1 C
Bhubaneswar
Friday, September 20, 2024
Homeଓଡିଶାଯାତ୍ରା ଦେଖିବାକୁ ଯାଇ ଫେରିନଥିଲା ଝିଅ : ରାସ୍ତାକଡ଼ରୁ ରକ୍ତଭିଜା ମୃତଦେହ ଉଦ୍ଧାର

ଯାତ୍ରା ଦେଖିବାକୁ ଯାଇ ଫେରିନଥିଲା ଝିଅ : ରାସ୍ତାକଡ଼ରୁ ରକ୍ତଭିଜା ମୃତଦେହ ଉଦ୍ଧାର

ଚନ୍ଦ୍ରପୁର: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ସଦର ମହକୁମାସ୍ଥିତ ବିରଝାଲିଆ ଯାତ୍ରା ଦେଖିବାକୁ ଯାଇ ଆଉ ଫେରି ନଥିଲା ମୁଟିକା କ୍ରାଇସ୍କାଙ୍କ ଝିଅ ମାତ୍ରା । ମାତ୍ରା(୧୮) ଓ ସେହି ଗାଁର ଦୁଇ ସମ୍ପର୍କୀୟ ଭଉଣୀ ରଶ୍ମି ଓ ଅର୍ଚ୍ଚିତାଙ୍କ ସହ ମିଶି ଚନ୍ଦ୍ରପୁରଠାରେ ଚାଲିଥିବା ବିରଝାଳିଆ ଯାତ୍ରା ଦେଖିବାକୁ ଯାଇଥିଲେ । ଆଖ ପାଖ ଅଞ୍ଚଳରୁ ଯାତ୍ରା ଦେଖିବାକୁ ବହୁ ଲୋକ ଆସିଥିବାବେଳେ ସେଠାରେ ମହା ଆଡ଼ମ୍ବରରେ ଯାତ୍ରା ହୋଇଥାଏ ।
ସୂଚନା ଅନୁଯାୟୀ, ମାତ୍ରା ବୁଧବାର ସନ୍ଧ୍ୟାରେ ଗାଁ ର ସମ୍ପର୍କୀୟ ଭଉଣୀ ରଶ୍ମି ଓ ଅର୍ଚ୍ଚିତା ଙ୍କ ସହ ମିଶି ଚନ୍ଦ୍ରପୁର ଠାରେ ଚାଲିଥିବା ବିରଝାଳୀଆ ଯାତ୍ରା ଦେଖିବାକୁ ଯାଇଥିଲେ । ଯାତ୍ରାରୁ ଅନ୍ୟ ଦୁଇ ଜଣ ଫେରିଥିବାବେଳେ ମାତ୍ରା କିନ୍ତୁ ଫେରିନଥିଲା ।

ଝିଅର ବାପା ମୁଟିକା କ୍ରାଇସ୍କାଙ୍କୁ ଖବର ପହଞ୍ଚିଥିଲା ଯେ, ଚିଚିପଙ୍ଗା ନିକଟ ମୁଖ୍ୟ ରାସ୍ତା ପାର୍ଶ୍ୱରେ ମାତ୍ରାଙ୍କ ରକ୍ତ ଭିଜା ମୃତଦେହ ପଡିଥିଲା । ବାପା ଏ ନେଇ ଥାନାରେ ଅଭିଯୋଗ କରିଥିଲେ । ଘଟଣାସ୍ଥଳରେ ଚନ୍ଦ୍ରପୁର ପୁଲିସ ପହଞ୍ôଚ ତଦନ୍ତ ଆରମ୍ଭ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ଘଟଣା କିଭଳି ଭାବରେ ଘଟିଛି,ମାତ୍ରାର ଦୁଇ ସାଙ୍ଗକୁ ପୁଲିସ ପଚରାଉଚରା କରିବାରୁ ଦୁହେଁ କହିଛନ୍ତି ଯେ, ଚନ୍ଦ୍ରପୁର ଅନ୍ତର୍ଗତ ପୁରୁଣା ଗୁଡା ଗ୍ରାମର ଆଶିଷ ଗୁମିଡେଙ୍ଗାଙ୍କ ସହ ସାକ୍ଷାତ ହୋଇଥିଲା । ଆଶିଷ ୩ ସାଙ୍ଗକୁ ଗାଁରେ ଛାଡ଼ିଦେବି କହି ରାତିରେ ବାଇକ୍‌ରେ ବସାଇ ଆଣିଥିଲେ ।

ଚନ୍ଦ୍ରପୁର ନିକଟସ୍ଥ ଲୁହା ପୋଲ ପର୍ଯ୍ୟନ୍ତ ଯାଇ ପୁଣି ଫେରି ଆସି ରଶ୍ମି ଓ ଅର୍ଚ୍ଚିତାକୁ ଏସ୍‌ଏସ୍‌ଡି ବାଳକ ଉଚ୍ଚ ବିଦ୍ୟାଳୟ ଗେଟ ସମ୍ମୁଖରେ ଛାଡି ନିଜ ସ୍ତ୍ରୀଙ୍କ ପାଇଁ ଚୁଡ଼ି ବାଛିବା ଦେବା ପାଇଁ ମାତ୍ରାକୁ ସାଥିରେ ନେଇ ଯାତ୍ରା ସ୍ଥଳକୁ ଯାଇଥିଲେ । ସେଠାରୁ ଆଶିଷ ମାତ୍ରା କୁ ସାଙ୍ଗରେ ନ ଆଣି ରଶ୍ମି ଓ ଅର୍ଚ୍ଚିତାକୁ ନେଇ କିରାମା ପର୍ଯ୍ୟନ୍ତ ଛାଡି ଆସିଥିଲେ । ଏସବୁ ତଥ୍ୟ ବୁଝିବା ପରେ ବାପା ମିଟିକା ଗୁରୁବାର ଦିନ ଚନ୍ଦ୍ରପୁର ଥାନାରେ ଏତଲା ଦେବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ । ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାବେଳେ ଅଭିଯୋଗ ଅନୁଯାଇ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking