29.1 C
Bhubaneswar
Saturday, July 27, 2024
Homeଓଡିଶାବେଦୀରେ ବାହାଘର ଭାଙ୍ଗିଲା କନ୍ୟା; ଶିଶୁପାଳ ହୋଇ ଫେରିଲା ବର....

ବେଦୀରେ ବାହାଘର ଭାଙ୍ଗିଲା କନ୍ୟା; ଶିଶୁପାଳ ହୋଇ ଫେରିଲା ବର….

ପାଟନା: ବରର ଅଧିକ ବୟସ ଓ ଶ୍ୟାମଳ ରଙ୍ଗକୁ ଦେଖି ବାହାଘର ଭାଙ୍ଗିଲା କନ୍ୟା । ବିହାରର ଭାଗଲପୁର ଜିଲ୍ଲାର କହଲଗାଁର ରସଲପୁର ଗାଁରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ବିନୋଦ ମଣ୍ଡଳଙ୍କ ଝିଅ କିଟୁ କୁମାରୀ ଧନୋରା ନିବାସୀ ଡକ୍ଟର ବିରେନ୍ଦ୍ର ସିଂଙ୍କ ପୁଅ ନୀଲେଶ କୁମାର ସିଂଙ୍କୁ ବିବାହ ହେବାକୁ ଥିଲା । ଏହି ଖୁସିର ମୁହୂର୍ତ୍ତକୁ କନ୍ୟା ଏବଂ ବର ପକ୍ଷ ଲୋକ ଭିଡିଓ ମଧ୍ୟ କରୁଥିଲେ । ହେଲେ ଏହି ସମୟରେ ମଞ୍ଚରେ କନ୍ୟା କିଟୁ କୁମାରୀ ବରକୁ ଫୁଲମାଳ ପିନ୍ଧାଇବା ଓ ତିଲକ ଲଗାଇବାକୁ ମନା କରିଦେଇଥିଲେ । ଏହି ଘଟଣାକୁ ନେଇ କନ୍ୟାକୁ ପରିବାର ଲୋକ ବୁଝାଇବା ସତ୍ତ୍ୱେ ସେ ମାନି ନଥିଲେ । ଏହା ପରେ ପୁଅର ପରିବାର ଲୋକ କନ୍ୟା ଘରର ଲୋକଙ୍କୁ ଅନେକ କଥା କହିଥିଲେ । ତଥାପି କନ୍ୟା ନିଜ ନିଷ୍ପତ୍ତିରେ ଜିଦ୍ ଧରିଥିଲେ । ଯାହା ପରେ ଶିଶୁପାଳ ହୋଇ ବରକୁ ଫେରିବାକୁ ପଡିଥିଲା ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, କନ୍ୟା ବରକୁ ମଞ୍ଚରେ ଦେଖିବା ମାତ୍ରେ ତାଙ୍କର ମନ ବଦଳି ଯାଇଥିଲା । କ୍ରୋଧିତ ହୋଇ କନ୍ୟା ବିବାହ କରିବାକୁ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲେ । ଏହା ପରେ ସମସ୍ତେ କନ୍ୟାକୁ ବିବାହ ନ କରିବାର କାରଣ ପଚାରିଥିବା ବେଳେ ବରର ବୟସ ଓ ଶ୍ୟାମଳ ରଙ୍ଗକୁ ନେଇ ବାହାଘର ଭାଙ୍ଗିବାର କାରଣ ବୋଲି କହିଥିଲେ । ଏହି ଘଟଣାକୁ ନେଇ ଜଣେ ବ୍ୟକ୍ତି କହିଛନ୍ତି ଯେ, ତୁମର ଏହି ନିଷ୍ପତ୍ତି ଦ୍ୱାରା ବର ବହୁତ ଅପମାନିତ ହେବ ।

ଅନ୍ୟପଟେ କନ୍ୟାର ପିତାମାତାଙ୍କ ସମେତ ସମସ୍ତ ସମ୍ପର୍କୀୟମାନେ ମଧ୍ୟ ବରକୁ ଫୁଲମାଳ ପିନ୍ଧାଇବାକୁ କହିଥିଲେ । ସମସ୍ତେ କନ୍ୟାକୁ ନିବେଦନ କରିବା ସହିତ ତାଙ୍କୁ ବହୁତ ଗାଳି ମଧ୍ୟ ଦେଇଥିଲେ । କିନ୍ତୁ କନ୍ୟା ତାଙ୍କ ନିଷ୍ପତ୍ତିକୁ ବଦଳାଇ ନଥିଲେ ଏବଂ ବିବାହ କରିବାକୁ ମନା କରି ମଞ୍ଚରୁ ଓହ୍ଲାଇ ନିଜ ଘରକୁ ପଳାଇଥିଲେ । ଏନେଇ ବରର ପିତା ମଧ୍ୟ କନ୍ୟାକୁ ମନାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କନ୍ୟା ରାଜି ହୋଇ ନଥିଲେ । ତେବେ ଏନେଇ ବରର ପିତା ଡକ୍ଟର ବିରେନ୍ଦ୍ର ସିଂ କହିଛନ୍ତି ଯେ, କନ୍ୟା ବିବାହ ପାଇଁ ମନା କରିଦେଲା । ଏହାର କାରଣ ଆମେ ଜାଣିନୁ । ସମସ୍ତେ ଏହାର କାରଣ ଜାଣିବାକୁ ଚେଷ୍ଟା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking