29.1 C
Bhubaneswar
Saturday, July 27, 2024
Homeଦୀପାବଳି/କାଳିପୂଜାଦୀପାବଳିର ପାଞ୍ଚ ଶୁଭ ଦିନ

ଦୀପାବଳିର ପାଞ୍ଚ ଶୁଭ ଦିନ

ନୂଆଦିଲ୍ଲୀ : ଗୋବତ୍ସ ଦ୍ୱାଦଶୀ (ଅକ୍ଟୋବର ୨୧) – ମହାରାଷ୍ଟ୍ରରେ ଦୀପାବଳି ଉତ୍ସବ ଗୋବତ୍ସ ଦ୍ୱାଦଶୀ ଠାରୁ ଆରମ୍ଭ ହୋଇ ଧନତେରାସର ଗୋଟିଏ ଦିନ ପୂର୍ବରୁ ଚିହ୍ନଟ ହୋଇଛି । ଏହି ବର୍ଷ ଏହା ଅକ୍ଟୋବର ୨୧ ଶୁକ୍ରବାର ଦିନ ପଡୁଛି। ଏହି ଦିନ ହିନ୍ଦୁମାନେ ଗାଇ ଏବଂ ବାଛୁରୀ ପୂଜା କରନ୍ତି ଏବଂ ସେମାନଙ୍କୁ ଗହମ ଦ୍ରବ୍ୟ ପ୍ରଦାନ କରନ୍ତି । ଏହି ଦିନଟି ନନ୍ଦିନୀ ବ୍ରତ ନାମରେ ମଧ୍ୟ ଜଣାଶୁଣା ।
ଧନତେରାସ (ଅକ୍ଟୋବର ୨୨)-ଅକ୍ଟୋବର ୨୨ ଶନିବାର ଦିନ ଧନତେରାସ ପଡୁଛି । ଏହି ଶୁଭ ଦିନରେ ଦେବୀ ଲକ୍ଷ୍ମୀ ଏବଂ ଭଗବାନ କୁବେର, ଯିଏ ଧନର ଭଗବାନ ଅଟନ୍ତି ସେମାନଙ୍କୁ ପୂଜା କରାଯାଏ ।
କାଳୀ ଚୈାଦାସ (ଅକ୍ଟୋବର ୨୩)-ଅକ୍ଟୋବର ୨୩ ରବିବାର ଦିନ କାଳୀ ଚୈାଦାସ ପଡେ । ଏହା ଭୂତ ଚତୁର୍ଦ୍ଦଶୀ ନାମରେ ମଧ୍ୟ ଜଣାଶୁଣା ଏବଂ ମୁଖ୍ୟତଃ ଗୁଜୁରାଟରେ ଚତୁର୍ଦ୍ଦଶୀ ତିଥି ସମୟରେ ପାଳନ କରାଯାଏ ।
ଛୋଟି ଦିୱାଲୀ ଏବଂ ବଡି ଦିୱାଲୀ (ଅକ୍ଟୋବର ୨୪)-ଚଳିତ ବର୍ଷ ଛୋଟି ଏବଂ ବଡି ଦିୱାଲୀ ଅକ୍ଟୋବର ୨୪ ରେ ପଡୁଛି । ଏହି ଦିନ ଲୋକମାନେ ଲକ୍ଷ୍ମୀଙ୍କୁ ପୂଜା କରି ଅନ୍ଧକାର ଉପରେ ଆଲୋକର ବିଜୟକୁ ଚିହ୍ନିବା, ନୂତନ ପୋଷାକ ପିନ୍ଧିବା ଏବଂ ମିଠା, ଶୁଖିଲା ଫଳ ବଣ୍ଟନ କରି ଏହି ପର୍ବ ପାଳନ କରିଥାନ୍ତି ।
ଗୋବର୍ଦ୍ଧନ ପୂଜା (ଅକ୍ଟୋବର ୨୫)-ଦୀପାବଳି ଉତ୍ସବ ଗୋବର୍ଦ୍ଧନ ପୂଜା ସହିତ ଶେଷ ହୁଏ, ଯାହାକି ଚଳିତ ବର୍ଷ ଅକ୍ଟୋବର ୨୫ ରେ ପଡୁଥିବା ଅନ୍ନକୁଟ ପୂଜା ନାମରେ ମଧ୍ୟ ଜଣାଶୁଣା । ଏହି ଦିନ ଭଗବାନ କୃଷ୍ଣ ଭଗବାନ ଇନ୍ଦ୍ରଙ୍କୁ ପରାସ୍ତ କରିଥିଲେ। କାର୍ତ୍ତିକ ମାସର ପ୍ରତିପଦା ତିଥି ସମୟରେ ଏହି ଉତ୍ସବ ଆରମ୍ଭ ହୁଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking