21.1 C
Bhubaneswar
Thursday, January 23, 2025
Homeଓଡିଶାମାର୍ଚ୍ଚ ୭ରେ ଦଶମ ଶ୍ରେଣୀ ପ୍ରଥମ ଏକକ ବିଷୟ ପରୀକ୍ଷା 

ମାର୍ଚ୍ଚ ୭ରେ ଦଶମ ଶ୍ରେଣୀ ପ୍ରଥମ ଏକକ ବିଷୟ ପରୀକ୍ଷା 

କଟକ: ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ)ପକ୍ଷରୁ ଆସନ୍ତା ମାର୍ଚ୍ଚ ୭ତାରିଖରେ ଦଶମ ଶ୍ରେଣୀ ପ୍ରଥମ ଏକକ ବିଷୟ ପରୀକ୍ଷା ଏବଂ ଅଷ୍ଟମ ଶ୍ରେଣୀର ପ୍ରଥମ ଅର୍ଦ୍ଧବାର୍ଷିକୀ ଓଡିଆ ଭାଷା ପରୀକ୍ଷା ଅନୁଷ୍ଠିତ ହେବ । ପରୀକ୍ଷା ଲାଗି ଆଜି ଠାରୁ ଅଫଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । କଟକ, ଭୁବନେଶ୍ୱର, ବ୍ରହ୍ମପୁର, ବାଲେଶ୍ୱର, ଜୟପୁର ଏବଂ ସମ୍ବଲପୁରରେ ଥିବା ବୋର୍ଡର ଜୋନ କାର୍ଯ୍ୟାଳୟରେ ଛାତ୍ରଛାତ୍ରୀମାନେ ଆବେଦନ ଫର୍ମ ଏବଂ ପରୀକ୍ଷା ଫି ଦାଖଲ ଆରମ୍ଭ କରିଥିବା ବୋର୍ଡ଼ ପକ୍ଷରୁ ସୂଚନା ଦିଆଯାଇଛି । ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ୧୨ଶହ ଟଙ୍କା ଫି ଧାର୍ଯ୍ୟ କରାଯାଇଥିଲା ବେଳେ ଅଷ୍ଟମ ଶ୍ରେଣୀଙ୍କ ଲାଗି ୭ଶହ ଟଙ୍କା ଫି ରଖାଯାଇଛି । ଆସନ୍ତା ୧୧ ତାରିଖ ପୂର୍ବରୁ ଉକ୍ତ ଫି ଦାଖଲ କରିବା ନିମନ୍ତେ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଧାର୍ଯ୍ୟ ସମୟରେ ମଧ୍ୟରେ କୌଣସି ଛାତ୍ରଛାତ୍ରୀ ଫି ଦେଇନପାରନ୍ତି, ତେବେ ସେମାନେ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଜୋରିମାନା ଫି ଦେଇ ଫର୍ମ ଦାଖଲ କରିବେ । ଜୋରିମାନା ବାବଦକୁ ଦଶମ ଶ୍ରେଣୀ ଲାଗି ୨ଶହ ଟଙ୍କା ଏବଂ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ୧୦୦ ଟଙ୍କା ଜୋରିମନା ନିର୍ଦ୍ଧାରଣ କରାଯାଇଛି । ଉକ୍ତ ପରୀକ୍ଷା ପ୍ରସ୍ତୁତି ନିମନ୍ତେ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ, ବ୍ଲକ ଶିକ୍ଷା ଅଧିକାରୀ ଏବଂ ବୋର୍ଡର ଜୋନସ୍ତରରେ ଥିବା ଡେପୁଟି ସେକ୍ରେଟାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତା ଫେବ୍ରୁଆରୀ ୧୮ତାରିଖ ପୂର୍ବରୁ ପରୀକ୍ଷା କେନ୍ଦ୍ରର ତାଲିକା ବୋର୍ଡ ପରୀକ୍ଷା ନିୟନ୍ତ୍ରକଙ୍କ ନିକଟରେ ଦାଖଲ କରିବାକୁ ବୋର୍ଡ ସମ୍ପାଦକ ଶ୍ରୀକାନ୍ତ ତରାଇ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking