ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଶେଷ ହେଲା ପ୍ରଥମ ପର୍ଯ୍ୟାୟ । ଗୃହକୁ ଆସନ୍ତା ୧୩ ତାରିଖ ଯାଏଁ ମୁଲତବୀ ଘୋଷଣା କଲେ ବାଚସ୍ପତି ବିକ୍ରମ କେଶରୀ ଆରୁଖ । ଗତ ୨ ତାରିଖରୁ ଆରମ୍ଭ ହୋଇଥିବା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ୨୦୨୨-୨୩ ମସିହା ଆର୍ôଥକ ବର୍ଷ ପାଇଁ ବଜେଟ ଉପସ୍ଥାପନା କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।
ଏହି ବଜେଟରେ ଶିକ୍ଷା, ସ୍ୱାସ୍ଥ୍ୟ ,ପର୍ଯ୍ୟଟନ, କ୍ରୀଡା ଆଦି କ୍ଷେତ୍ରକୁ ଅଧିକ ଫୋକସ କରିଛନ୍ତି ରାଜ୍ୟ ସରକାର । ତେବେ ଆସନ୍ତା ୧୩ ତାରିଖରୁ ପୁଣି ଥରେ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ଆରମ୍ଭ ହୋଇ ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ ।
ବେଙ୍ଗାଲୁରୁରେ ଦକ୍ଷତା ପ୍ରଦର୍ଶନ କରି ନିଯୁକ୍ତିଦାତାଙ୍କୁ ପ୍ରଭାବିତ କଲେ ସୋଆ ଛାତ୍ରଛାତ୍ରୀ